ଖୋର୍ଦ୍ଧା: ଆଜି ତୃତୀୟ ପର୍ଯ୍ୟାୟରେ ଜିଲ୍ଲାର ୧୧୩ଟି ବିଦ୍ୟାଳୟ ୫-ଟି ରୂପାନ୍ତରିକରଣ ହୋଇଛି। ଜିଲ୍ଲା ଶିକ୍ଷାବିଭାଗ ପକ୍ଷରୁ ମିଳିଥିବା ସୂଚନାନୁସାରେ, ଜିଲ୍ଳାରେ ଏହା ସହ ୪ଟି ପର୍ଯ୍ୟାୟରେ ୨୯୪ଟି ବିଦ୍ୟାଳୟର ୫-ଟି ରୂପାନ୍ତରୀକରଣ କରିବାକୁ ଯୋଜନା ହୋଇଛି। ପ୍ରଥମ ପର୍ଯ୍ୟାୟରେ ୩୮ଟି, ଦ୍ୱିତୀୟ ପର୍ଯ୍ୟାୟରେ ୮୧, ତୃତୀୟ ପର୍ଯ୍ୟାୟରେ ୬୨ଟି ବିଦ୍ୟାଳୟକୁ ସଂପୃକ୍ତ କରାଯାଇ ଥିବା ବେଳେ ଚତୁର୍ଥ ପର୍ଯ୍ୟାୟରେ ୧୧୩ଟି ବିଦ୍ୟାଳୟକୁ ଯୋଡ଼ାଯିବା ଯୋଜନା ରହିଛି। ମୋଟ ୨୯୪ଟି ରୂପାନ୍ତରୀକରଣ ବିଦ୍ୟାଳୟ ମଧ୍ୟରୁ ଭୁବନେଶ୍ୱର ବ୍ଲକ ଓ ପୌରାଞ୍ଚଳର ୮୧ଟି ବିଦ୍ୟାଳୟ ଥିବା ବେଳେ ବାଲିଅନ୍ତାର ୧୮, ବାଲିପାଟଣାର ୨୧, ବାଣପୁରର ୨୦, ବେଗୁନିଆର ୩୧, ବୋଲଗଡ଼ର ୨୭, ଚିଲିକାର ୧୬, ଜଟଣୀର ୨୨, ଖୋର୍ଦ୍ଧା ୩୩ ଓ ଟାଙ୍ଗୀର ୨୫ ଟି ବିଦ୍ୟାଳୟ ରହିଛି।

Advertisment

ଆଜି ତୃତୀୟ ପର୍ଯ୍ୟାୟ ୫-ଟି ରୂପାନ୍ତରୀକରଣ କାର୍ଯ୍ୟକ୍ରମରେ ୬୨ଟି ବିଦ୍ୟାଳୟ ମଧ୍ୟରୁ ଖୋର୍ଦ୍ଧାର ଜଙ୍କିଆ ଭାଗବତ ଦେବ ସରକାରୀ ଉଚ୍ଚ ବିଦ୍ୟାଳୟ, ଦଧିମାଛଗାଡ଼ିଆର ସରକାରୀ ଉଚ୍ଚବିଦ୍ୟାଳୟ, ମଳିପଡ଼ା ବାଙ୍ଗୁରୁ ଶିକ୍ଷା ସଦସ ଓ ତାପଙ୍ଗର କବିରାଜ ଚିନ୍ତାମଣି ସରକାରୀ ଉଚ୍ଚ ବିଦ୍ୟାଳୟ ସହ ବେଗୁନିଆର ୮ଟି ବିଦ୍ୟାଳୟର ବୋଲଗଡ଼ର ୬, ଟାଙ୍ଗୀର ତିନିଟି, ବାଣପୁରର୪ଟି ବିଦ୍ୟାଳୟର ରହିଥିବା ବେଳେ ବଳକା ଭୁବନେଶ୍ୱର ଉପଖଣ୍ଡ ଅଧୀନର ୪ଟି ବ୍ଲକ ଓ ଭୁବନେଶ୍ୱର ମହାନଗର ନିଗମ ଅଧୀନର ୩୭ଟି ବିଦ୍ୟାଳୟ ରହିଛି।