ଡେରାବିଶ: ଡେରାବିଶ ବ୍ଲକ୍ ଚଷାଖଣ୍ତ ପ୍ରାଥମିକ ବିଦ୍ୟାଳୟ। ବାହାରୁ ଚକାଚକ୍। ଟାଇଲ୍ ମେଜିଆ ସା, ଙ୍ଗକୁ ନାନା ରଙ୍ଗରେ ସଜେଇ ହୋଇଛି କାନ୍ଥ, ଝରକା। ଫାଟକ ବି ଝଲସୁଛି। ଭିତର କିନ୍ତୁ ଫମ୍ପା। ସରକାରୀ ଅବହେଳାର ବିକଳ ଚିତ୍ର। ୧ମରୁ ୫ମ ଶ୍ରେଣୀର ୬୪ ଛାତ୍ରଛାତ୍ରୀଙ୍କ ପାଇଁ ଜଣେ ଶିକ୍ଷୟିତ୍ରୀ। ଗୋଟିଏ କକ୍ଷରେ ଖୁନ୍ଦାଖୁନ୍ଦି ହୋଇ ପଢୁଛନ୍ତି। ୧୯୫୩ରେ ସ୍ଥାପିତ ଏହି ବିଦ୍ୟାଳୟର ଇତିହାସ ଗୈାରବମୟ। ଝାଟିମାଟି ଘରୁ ଆରମ୍ଭ ହୋଇଥିବା ଏହି ବିଦ୍ୟାଳୟ ଅନେକ କୃତୀ ଛାତ୍ରଛାତ୍ରୀଙ୍କୁ ଗଢି ତୋଳିଛି। ଏବେ କିନ୍ତୁ ଭିତ୍ତିଭୂମି ବଦଳିଛି। ବାହାର ଚକାଚକ ଦିଶୁଛି। ଛାତପକା ଶ୍ରେଣୀ ଗୃହ ସହିତ ଟାଇଲ୍ ମେଜିଆ। ସରକାରୀ ରଙ୍ଗରେ ରଙ୍ଗାୟିତ ଏହି ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ମୈାଳିକ ଆବଶ୍ୟକତା କିନ୍ତୁ ପୂରଣ ହୋଇପାରିନାହିଁ। ଏଠାରେ ୧ମରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ୬୪ ପିଲା ପଢୁଛନ୍ତି। ଏହି ବିଦ୍ୟାଳୟରେ ସବୁ ଥାଇ ମଧ୍ୟ ଶିକ୍ଷାଦାନ ବିପର୍ଯ୍ୟସ୍ତ ହୋଇପଡିଛି। ୬୪ ଛାତ୍ରଛାତ୍ରୀଙ୍କ ପାଠପଢା ଦାୟିତ୍ବ ମୁଣ୍ଡାଇଛନ୍ତି ଜଣେ ମାତ୍ର ଶିକ୍ଷୟିତ୍ରୀ। ସମସ୍ତ ଶ୍ରେଣୀ ପାଇଁ ପୃଥକ କକ୍ଷ ରହିଛି। ହେଲେ ଶିକ୍ଷୟିତ୍ରୀ ବାଧ୍ୟବାଧ କତାରେ ସମସ୍ତ ଶ୍ରେଣୀର ପିଲାମାନଙ୍କୁ ଗୋଟିଏ କକ୍ଷରେ ବସାଇ ପାଠ ପଢାଉଛନ୍ତି। ଫଳରେ ଗୋଟିଏ ଶ୍ରେଣୀରେ ପାଠପଢା ହେଉଥିବା ବେଳେ ଅନ୍ୟ ଶ୍ରେଣୀର ପିଲାମାନଙ୍କ ପାଢପଢାରେ ଏକାଗ୍ରତା ରହୁନାହିଁ। ପାଠପଢାରେ ବ୍ୟାହତ ଉପୁଜୁଉଛି।
ଏହି ଗୁରୁତର ସମସ୍ୟା ସମ୍ପର୍କରେ ଅଭିଭାବକମାନେ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଭେଟି ଜଣାଇଥିଲେ ବି କୌଣସି ପ୍ରତିକାର କରାଯାଉନାହିଁ। ଆସନ୍ତା ୧୫ ଦିନ ମଧ୍ୟରେ ଯଦି ଏହି ବିଦ୍ୟାଳୟରେ ଆବଶ୍ୟକ ସଂଖ୍ୟକ ଶିକ୍ଷକ ନିଯୁକ୍ତ କରା ନ ଗଲେ ଛାତ୍ରଛାତ୍ରୀ ଓ ଅବିଭାବକଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବେ ବୋଲି ଚେତାଇ ଦେଇଛନ୍ତି। ସୂଚନା ଥାଉ କି, ବର୍ତମାନ ଦାୟିତ୍ବରେ ଥିବା ଶିକ୍ଷୟିତ୍ରୀଙ୍କ ସମେତ ଅନ୍ୟ ଜଣେ ଶିକ୍ଷକ ପିଲାଙ୍କୁ ପଢାଉଥିଲେ। ୫ ମାସ ତଳେ ସଂପୃକ୍ତ ଶିକ୍ଷକ ଅବସର ନେବା ପରେ ଏଭଳି ପରିସ୍ଥିତି ଉପୁଜିଛି। ଅନ୍ୟପଟେ ବ୍ଳକ୍ର କେତେକ ବିଦ୍ୟାଳୟରେ ଆବଶ୍ୟକତାଠାରୁ ଅଧିକ ଶିକ୍ଷକ ଥିବା ବେଳେ ଏଠାରେ ୬୪ ପିଲାଙ୍କୁ ଜଣେ ଶିକ୍ଷୟିତ୍ରୀ ପାଠ ପଢାଇବା ଉଦ୍ବେଗର ବିଷୟ ହୋଇଛି। ଏ ସମ୍ପର୍କରେ ବ୍ଲକ ଶିକ୍ଷାଧିକାରୀ ଶ୍ରୀକାନ୍ତ କୁମାର ବେହେରା କହିଛନ୍ତି, ଚଷାଖଣ୍ତ ବିଦ୍ୟାଳୟ ସମେତ ଅନ୍ୟାନ୍ୟ ସମସ୍ୟା ନେଇ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/5836DERABISH_6.jpg)