ପ୍ରବଳ ବର୍ଷା ଯୋଗୁଁ ଆସନ୍ତାକାଲି ମାଲକାନଗିରିରେ ବନ୍ଦ ରହିବ ସମସ୍ତ ସ୍କୁଲ

ମାଲକାନଗିରି: ସମ୍ଭାବିତ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ବୁଧବାର ମାଲକାନଗିରି ଜିଲ୍ଲାର ସମସ୍ତ ସ୍କୁଲ ଗୁଡ଼ିକ ବନ୍ଦ ରହିବ। ଜିଲ୍ଲାପାଳଙ୍କ ତରଫରୁ ମଙ୍ଗଳବାର ଏକ ନୋଟିସ୍‌ ମାଧ୍ୟମରେ ଏହା ଜଣାଇ ଦିଆଯାଇଛି। ଜିଲ୍ଲାର ସମସ୍ତ ସରକାରୀ ଓ ଘରୋଇ ସ୍କୁଲଗୁଡ଼ିକ ବୁଧବାର ବନ୍ଦ ରଖିବା ନେଇ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନୋଟିସ୍‌ ମଧ୍ୟ ହୋଇଛି।

ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁସାରେ ବୁଧବାର ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ମାଲକାନଗିରି ଜିଲ୍ଲାରେ ଏବେ ବି ବର୍ଷା ଲାଗି ରହିଥିବାରୁ ବୁଧବାର ଅଧିକ ହୋଇପାରେ ବୋଲି ଅନୁମାନ କରାଯାଉଛି।

ସମ୍ବନ୍ଧିତ ଖବର