ଶିକ୍ଷଣ ସାମଗ୍ରୀ ଓ ବିଜ୍ଞାନମେଳା ଅନୁଷ୍ଠିତ

ଖୋର୍ଦ୍ଧା: ଖୋର୍ଦ୍ଧା ପୌର ପରିଷଦ ଅଧୀନ ସାମନ୍ତରାପୁର ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଆଜି ଶିକ୍ଷଣ ସାମଗ୍ରୀ ଓ ବିଜ୍ଞାନମେଳା ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ ମେଳାରେ ସ୍କୁଲର ଛାତ୍ରଛାତ୍ରୀଙ୍କ ଦ୍ୱାରା ୫୮ଟି ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ଏଥିରେ ଛାତ୍ରୀ ରେବିକା ପାଣି, ପ୍ରିତପ୍ରିୟଦର୍ଶିନୀ ସ୍ୱାଇଁ, ସୁପ୍ରଭା ମାର୍ଥାଙ୍କ ବିଜ୍ଞାନପ୍ରକଳ୍ପ ଶ୍ରେଷ୍ଠ ବିବେଚିତ ହୋଇଥିଲା। ଏହି ଅବସରରେ ବିଦ୍ୟାଳୟର ମେଧାବୃତ୍ତି ପାଇଥିବା ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ମେଳାକୁ ଆମରିସତ୍ୟର ପ୍ରତିଷ୍ଠାତା ଡଃ. ପ୍ରମୋଦ ଚନ୍ଦ୍ର ଦାଶ ଉଦ୍ଘାଟନ କରିଥିଲେ। ପୁରସ୍କାର ବିତରଣୀ କାର୍ଯ୍ୟକ୍ରମରେ ଅନ୍ୟତମ ଅତିତି ଭାବେ ଜବହାର ସୁବୁଦ୍ଧି, କିଶୋର ଚନ୍ଦ୍ର ପାଇକରାୟ, ରାମଶଙ୍କର, ସହଗୋଷ୍ଠୀ ଅଧିକାରୀ ସତ୍ୟବାନ ଶ୍ରୀଚନ୍ଦନ, ସିଆର୍ସିସି ରବିନାରାୟଣ ପଣ୍ଡା ଯୋଗ ଦେଇଥିଲେ।

ପ୍ରଧାନଶିକ୍ଷକ ବିଭୂପ୍ରସାଦ ହରିଚନ୍ଦନ ସ୍ୱାଗତ ଭାଷଣ ଓ ସଭା ପରିଚାଳନା କରିଥିଲେ। ଶିକ୍ଷୟିତ୍ରୀ ତିଳୋତ୍ତମା ମହାପାତ୍ର ଧନ୍ୟବାଦ ଦେଇଥିଲେ। ଶିକ୍ଷକ ଅଭିରାମ ପଣ୍ଡା, କୁମୁଦିନୀ ବେହେରା, ଶୁଭସ୍ମିତା ବେହେରା, ନମିତା ରାଣୀ ରାୟସାମନ୍ତ, ସୁଜାତା ମିଶ୍ର, ନିରୂପମା ପୃଷ୍ଟି ସ୍ନେହଲତା ପୃଷ୍ଟି, କୁସୁମ ପ୍ରଧାନ, ବିଦ୍ୟାଳୟ ପରିଚାଳନା କମିଟିର ରଶ୍ମିତା ବେହେରା, ସଭାପତି ତ୍ରିନାଥ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର