ଖୋର୍ଦ୍ଧା: ସ୍ଥାନୀୟ ବିକ୍ସି ଜଗବନ୍ଧୁ ବିଦ୍ୟାଧର ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଖୋର୍ଦ୍ଧା ବ୍ଲକସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପରିଷଦ ସଭାପତି ରୂପଶ୍ରୀରାଣୀ ଗୁମାନସିଂହ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ପ୍ରଦର୍ଶନୀକୁ ଉଦ୍ଘାଟନ କରିଥିଲେ। ପରେ ଅନୁଷ୍ଠିତ ଉଦ୍ଘାଟନୀ ସଭାରେ ଅତିଥି ଭାବେ ଗୋଷ୍ଠୀ ଶିକ୍ଷାଧିକାରୀ ସଂଧ୍ୟାରାଣୀ ରାଉତ ଅଧ୍ୟକ୍ଷତା କରିଥିଲେ। ଅତିଥି ଭାବେ ଖୋର୍ଦ୍ଧା ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମୟୀ ପ୍ରିୟଦର୍ଶିନୀ, ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଏସ୍କେ ଗୋହରଅଲ୍ଲୀ, ବିଆର୍ସିସି ସତ୍ୟବାନ ହରିଚନ୍ଦନ, ସହଗୋଷ୍ଠୀ ଶିକ୍ଷାଧିକାରୀ ଭରତଚନ୍ଦ୍ର ପ୍ରଧାନ ଓ ନିହାର ନଳିନୀ ଦେବୀ ଯୋଗ ଦେଇଥିଲେ। ଛାତ୍ରଛାତ୍ରୀ ମାନେ ପାଠ ପଢ଼ିବା ସହ ବିଜ୍ଞାନ ମନସ୍କ ଓ ବୈଜ୍ଞାନିକ ଚିନ୍ତାଧାରାର ବିକଶିତ କରିବାକୁ ଅତିଥିମାନେ ପରାମର୍ଶ ଦେଇଥିଲେ। ଦ୍ୱିତୀୟ ଅଧିବେଶନ, ପୁରସ୍କାର ବିତରଣୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର ଯୋଗ ଦେଇଥିଲେ। ଅନ୍ୟତମ ଅତିଥି ଭାବେ ପୌରାଧ୍ୟକ୍ଷା କନକଲକ୍ଷ୍ମୀ ମହାନ୍ତି, ଉପାଧ୍ୟକ୍ଷ ଶୌର୍ଯ୍ୟ ରଞ୍ଜନ ମହାନ୍ତି, ଉପନିର୍ଦେଶିକା ଜୁଲି ମଙ୍ଗରାଜ, ମୁଖ୍ୟବକ୍ତା ଭାବେ ଡିଆଇଟିର ଅଧ୍ୟକ୍ଷ ଡଃ. ତାପସ କୁମାର ନାୟକ ଯୋଗ ଦେଇଥିଲେ।
ଏହି ପ୍ରଦର୍ଶନୀରେ ୧୭୮ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ଏହାମଧ୍ୟରୁ ୬ଟି ବିଭାଗରେ ଅନୁଷ୍ଠିତ ପ୍ରକଳ୍ପ ପ୍ରତିଯୋଗିତାରେ ଯୋଗାଯୋଗ ପରିବହନରେ ଓଡ଼ିଶାର ଆଦର୍ଶ ବିଦ୍ୟାଳୟର ଛାତ୍ରୀ ବର୍ଷା ପ୍ରିୟଦର୍ଶିନୀ ନନ୍ଦ, ପରିବେଶ ଅନୁକୂଳ ସାମଗ୍ରୀରେ ୱାନନେସ୍ ଇଣ୍ଟରନ୍ୟାସନାଲ ସ୍କୁଲର ସୁଲଗ୍ନା ଦାଶ, ସ୍ୱାସ୍ଥ୍ୟରେ ନୂଆପଡ଼ା ମୁକ୍ତାପୁର ଉଚ୍ଚ ବିଦ୍ୟାଳୟର ସ୍ଥିତି ପ୍ରଜ୍ଞା ମହାନ୍ତି, ପରିବେଶ ଓ ପ୍ରକୃତି ସୁରକ୍ଷାରେ କାଇପଦର ଉଚ୍ଚ ବିଦ୍ୟାଳୟର ଶୁଭସ୍ମିତା ପାତ୍ର, ଗାଣିତିକ ପ୍ରତିରୂପରେ ଠାକୁରପଡ଼ା ସରକାରୀ ଉପ୍ରା ବିଦ୍ୟାଳୟର ସ୍ଥିତିପ୍ରଜ୍ଞା ମୁଦୁଲି, କମ୍ପ୍ୟୁଟର ପ୍ରୟୋଗାତ୍ମକ ବିଧିରେ ବିଜେବି ହାଇସ୍କୁଲ ଖୋର୍ଦ୍ଧାର ଛାତ୍ର ଜ୍ୟୋତିମ୍ଲାନ ଭଟ୍ଟ ପ୍ରଥମ ସ୍ଥାନ ଅଧିକାର କରି ଜିଲ୍ଲା ସ୍ତରକୁ ମନୋନୀତ ହୋଇଛନ୍ତି। ତତ୍ ସହିତ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ମାନଙ୍କ ପକ୍ଷରୁ ସ୍ୱତନ୍ତ୍ର ଭାବେ ୮ଟି ପ୍ରକଳ୍ପ ପ୍ରଦର୍ଶନୀରେ ସ୍ଥାନିତ ହୋଇଥିଲା। କାର୍ଯ୍ୟକ୍ରମକୁ ସିଆର୍ସିସି ଯୁଧୀଷ୍ଠିର ସାହୁ, ରବିନାରାୟଣ ପଣ୍ଡା, ରବୀନ୍ଦ୍ର ପ୍ରଧାନ, ସୁଜାତା ସାହୁ, ପ୍ରଦ୍ୟୁମ୍ନ ମିଶ୍ର, ରବି ସାହୁ, ଧ୍ରୁବଚରଣ ରଣା, ସୁଧାକର ମହାପାତ୍ର, ପ୍ରସନ୍ନ କୁମାର ମହାପାତ୍ର, ଅଗାଧୁ ସେଠୀ, ମୃତ୍ୟୁଞ୍ଜୟ ମହାପାତ୍ର, ସୁରେଶ ବିଶ୍ୱାଳ ପ୍ରମୁଖ ପରିଚାଳନା କରିଥିଲେ।