ଘୁ.ଉଦୟଗିରି: ସ୍ଥାନୀୟ ସରସ୍ୱତୀ ଶିଶୁ ମନ୍ଦିର ପରିସରରେ ଫୁଲବାଣୀ ଶଙ୍କୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ କୃଷି ବିଜ୍ଞାନ କେନ୍ଦ୍ର ର କୃଷି ବୈଜ୍ଞାନିକା ଶ୍ରିପାଲି ପ୍ରଧାନ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ବିଜ୍ଞାନର ଉପକାରିତା ଉପରେ ମାର୍ଗ ଦର୍ଶନ ରଖିଥିଲେ। ମୁଖ୍ୟ ବକ୍ତା ଭାବେ ଶିକ୍ଷା ବିଭାଗର ଅବସର ପ୍ରାପ୍ତ ପ୍ରାଧ୍ୟାପକ ଶ୍ରୀଯୁକ୍ତ ଲଡୁକେଶ୍ଵର ରଥ ଯୋଗ ଦେଇ ଆଜିର ଯୁଗରେ ବିଜ୍ଞାନର ଆବଶ୍ୟକତା କଣ ଭାଇ ଭଉଣୀ ମାନଙ୍କୁ ଦିଗ୍ ଦର୍ଶନ ପ୍ରଦାନ କରିଥିଲେ। ବିଦ୍ୟାଳୟ ର ସଭାପତି ଶ୍ରୀଯୁକ୍ତ ବିନୋଦ ବିହାରୀ ଦାଶ , ସମ୍ପାଦକ ଶ୍ରୀଯୁକ୍ତ ଶିବରାମ ସାହୁ, କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ଗୋଲକ ବିହାରୀ ପଟ୍ଟନାୟକ ଏବଂ ନିର୍ଣ୍ଣାୟକ ଭାବେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ବଳରାମ ସାହୁ ଏବଂ ଡକ୍ଟର ସତ୍ୟ ନାରାୟଣ ପଟ୍ଟନାୟକ  ଯୋଗ ଦେଇଥିଲେ।

Advertisment

ଫୁଲବାଣୀ ବିଭାଗର ବିଭାଗ ନିରୀକ୍ଷକ ପଦ୍ମନାଭ ସାମଲ,ଜିଲ୍ଲା ପ୍ରମୁଖ ଶ୍ରୀଯୁକ୍ତ ଇନ୍ଦ୍ରମଣି ନାୟକ ମୁଖ୍ୟବକ୍ତା ଭାବେ ଯୋଗଦାନ କରିଥିଲେ। ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସୁଧାଂଶୁ ଶେଖର ମେହେର ଯୋଗଦାନ ପୂର୍ବକ ବିଜ୍ଞାନ ଦ୍ଵାରା ଆଜିର ଶିଶୁ କିଭଳି କୁନି ବୈଜ୍ଞାନିକ ହେଇ ପାରୁଛି ମାର୍ଗ ଦର୍ଶନ ରଖିଥିଲେ। ଫୁଲବାଣୀ ସଙ୍କୁଳର ସଙ୍କୁଳ ସଂଯୋଜକ ରାଜେନ୍ଦ୍ର କୁମାର ପାଢ଼ୀଙ୍କ ତତ୍ତ୍ୱ ବଧାନ ରେ ବିଜ୍ଞାନ ମେଳା କାର୍ଯ୍ୟକ୍ରମ ଆୟୋଜିତ ହେଇଥିଲା। ପ୍ରଧାନ ଆଚାର୍ଯ୍ୟ ମାଧବାନନ୍ଦ ଦାସ ଉଦଘାଟନ ଓ ସମରୋପ ର ଅତିଥି ଅଧିକାରୀ ଙ୍କ ପରିଚୟ ରଖିଥିଲେ।

ବିଦ୍ୟାଳୟର ପ୍ରଥମ ସମ୍ପାଦକ ରାଜେନ୍ଦ୍ର ମହାପାତ୍ର ମଧ୍ୟ ମଞ୍ଚସୀନ ଥିଲେ।ବିଦ୍ୟାଳୟ ର ବରିଷ୍ଠା ଆଚାର୍ଯ୍ୟା ସରିତା ପାଢ଼ୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସଙ୍କୁଳ ବିଜ୍ଞାନ ବିଷୟ ପ୍ରମୁଖ ସବିତା ମିଶ୍ର ଜ୍ଞାନ ବିଜ୍ଞାନ ମେଳା ର ବୃତ୍ତ ପଠନ କରିଥିଲେ। ସଙ୍କୁଳ ସମସ୍ତ ପ୍ରଧାନ ଆଚାର୍ଯ୍ୟ ଓ ଆଚାର୍ଯ୍ୟ ଆଚାର୍ଯ୍ୟା ନିଷ୍ଠାପର ସହ ଭାଗ ନେଇଥିଲେ। ୧୭୪ ଜନ ଭାଇ ଭଉଣୀ ବିଜ୍ଞାନ ପ୍ରକଳ୍ପ ଓ ଗଣିତ ପ୍ରଶ୍ନମଞ୍ଚ ଏପରି ବିଭିନ୍ନ ପ୍ରତିଯୋଗିତା ରେ ପ୍ରତିଭାଗୀ ହୋଇଥିଲେ। ବନ୍ଦେମାତରମ୍ ପରେ କାର୍ଯ୍ୟକ୍ରମ ସମରୋପ କରାଗଲା