ବୈଜ୍ଞାନିକ ପଦ୍ଧତିରେ ଖାଦ୍ୟ ସଂରକ୍ଷଣ, ସଞ୍ଚାଳନ କାର୍ଯ୍ୟଶାଳା

ଜୟପୁର: ଭାରତୀୟ ଖାଦ୍ୟ ନିଗମର ଉମୁରୀ ଖାଦ୍ୟ ଭଣ୍ଡାର ଠାରେ ବୈଜ୍ଞାନିକ ପଦ୍ଧତିରେ ଖାଦ୍ୟ ସଂରକ୍ଷଣ, ସଞ୍ଚାଳନ ସନ୍ଦର୍ଭରେ ଏକ କାର୍ଯ୍ୟଶାଳା ଭାରତୀୟ ଖାଦ୍ୟ ନିଗମ ମଣ୍ଡଳ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସ୍କୁଲର ଛାତ୍ରଛାତ୍ରୀ , ଶିକ୍ଷକ ଓ ଶିକ୍ଷୟତ୍ରୀ ଆଦି ଭାଗ ନେଇଥିଲେ। ଦୀପ୍ତି କନଭେଣ୍ଟ ବିଦ୍ୟାଳୟର ସିଷ୍ଟର ରୋସନି, ଶିକ୍ଷୟତ୍ରୀ ମିନତୀ ପାତ୍ର ଓ ଶିକ୍ଷକ ଶୈଳେନ୍ଦ୍ର ବେବର୍ତ୍ତାଙ୍କ ତତ୍ତ୍ୱାବଧାନରେ ଅଷ୍ଟମ, ନବମ ଏବଂ ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନେ ଏହି କାର୍ଯ୍ୟଶାଳାରେ ଭାଗ ନେଇଥିଲେ। ନିଗମର ଅଧିକାରୀ ସୁରେଶ କୁମାର ନନ୍ଦ, ସନ୍ଦୀପ ମହାପାତ୍ର, କୈଳାଶ ଚନ୍ଦ୍ର ଶର୍ମା ଏବଂ ଅନ୍ୟ ସହଯୋଗୀମାନେ ଉମୁରୀ ଖାଦ୍ୟ ଭଣ୍ଡାରର ଚାରି ପଟେ ବୁଲାଇ ଦେଖାଇବା ସହ ନିଗମର ଖାଦ୍ୟ ସଂରକ୍ଷଣ ପ୍ରଣାଳୀକୁ ପୁଙ୍ଖାନୁପୁଙ୍ଖ ଭାବେ ବୁଝାଇଥିଲେ।

ଛାତ୍ରଛାତ୍ରୀ ମାନେ କିଭଳି ଚାଉଳ, ଗହମ ଓ ଅନ୍ୟାନ୍ୟ ଅତ୍ୟାବଶକୀୟ ସାମଗ୍ରୀ ଏଠାକୁ ଆସୁଛି, ଏବଂ ଏଠାରୁ କିଭଳି ସ୍କୁଲ ଓ ପଞ୍ଚାୟତ କାର୍ଯ୍ୟାଳୟ, ଛାତ୍ରାବାସ ଆଦି ସ୍ଥାନକୁ ବିତରଣ ପାଇଁ ଯାଉଛି ତାହା ପଚାରି ବୁଝିଥିଲେ। କିଭଳି ବୈଜ୍ଞାନିକ ପଦ୍ଧତିରେ ଭାରତର କୋଣ ଅନୁକୋଣରୁ ବହୁ ସମୟରେ ଖାଦ୍ୟ ଭଣ୍ଡାରରେ କିଭଳି ଖାଦ୍ୟ ସଂରକ୍ଷିତ କରି ଦୀର୍ଘଦିନ ଧରି ରଖାଯାଉଛି ତାହାକୁ ଅଧିକାରୀ ମାନେ ବୁଝାଇଥିଲେ। କିଭଳି ଗରିବ ହିତାଧିକାରୀଙ୍କୁ ବିଭିନ୍ନ ସରକାରୀ ଯୋଜନାରେ ବିତରଣ ହେଉଥିବା ଚାଉଳ, ଗହମ, ଓ ଚିନି ନିଗମର ଭଣ୍ଡାରରୁ ଯାଉଥିବା ଏମାନେ ବୁଝାଇଥିଲେ।

ସମ୍ବନ୍ଧିତ ଖବର