ଲେଫ୍ରିପଡା: ଲେଫ୍ରିପଡା ଥାନା ଅନ୍ତର୍ଗତ ସୁନ୍ଦରଗଡ଼-ଏମ୍ସିଏଲ୍ ରାସ୍ତା ଝରିଆପାଲି ଠାରେ କୋଇଲା ବୋଝେଇ ଟ୍ରକ୍ ଏକ ସ୍କୁଟିକୁ ଧକ୍କା ଦେବାରୁ ସ୍କୁଟି ଚାଳକଙ୍କ ମୃତ୍ୟୁ ଘଟିଛି। ଆଜି ସନ୍ଧ୍ୟା ପ୍ରାୟ ସାଢେ ୬ଟା ବେଳେ ଛଟେନପାଲି କନ୍ୟାଶ୍ରମର ପିଅନ କଲିନ୍ଦ୍ର ପଟେଲ ସ୍କୁଲରୁ ତାଙ୍କ ଘର ଝରିଆପାଲିକୁ ସ୍କୁଟିରେ ଫେରୁଥିବା ବେଳେ ସୁନ୍ଦରଗଡ଼ ପଟୁ ଏମ୍ସିଏଲ୍ କୁ ଯାଉଥିବା ଏକ ଟ୍ରକ୍ ତାଙ୍କୁ ଧକ୍କା ଦେଇ ଚାଲିଯାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ସୁନ୍ଦରଗଡ଼ ମୁଖ୍ୟ ଡାକ୍ତରଖାନା ନିଆଯାଇଥିଲେ ହେଁ ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ଦୁର୍ଘଟଣା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେବା ସହ ରାସ୍ତା ଅବରୋଧ କରାଯାଇଛି। ଖବର ପାଇ ଲେଫ୍ରିପଡା ପୁଲିସ ଘଟଣା ସ୍ଥଳକୁ ପହଞ୍ଚି ଥିବା ପ୍ରକାଶ।
ଟ୍ରକ୍ ଧକ୍କାରେ ସ୍କୁଟି ଚାଳକର ମୃତ୍ୟୁ, ରାସ୍ତା ଅବରୋଧ
/sambad/media/post_attachments/wp-content/uploads/2020/12/1c2eda81-1d3a-4333-92b7-a24c98d4261c.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)