ରାଉରକେଲା: ଲକଡାଉନ୍ ଘୋଷଣା ପରେ ଆଜି ରାଉରକେଲା ଡେଲିମାର୍କେଟରେ ଖୋଲିଥିବା ମଦ ଦୋକାନରେ ଲୋକଙ୍କ ଭିଡ ଜମିଥିଲା। କିଛି ବେପାରୀ, ଢ଼ାବା କର୍ମଚାରୀ ପେଟି ପେଟି ମଦ କିଣି ନେଉଥିବା ଦେଖିବାକୁ ମିଳିଥିଲା। ଦୁଇଜଣ ଯୁବକ ସ୍କୁଟି (ଓଡି୧୪ପି-୮୦୭୯)ରେ ୪ ପେଟିରେ ୪୮ ବୋତଲ ମଦ ନେଇଯାଉଥିବାବେଳେ ଡେଲିମାର୍କେଟରେ ଧରିଥିଲା ପ୍ଲାଣ୍ଟସାଇଟ୍ ପୁଲିସ। ସ୍କୁଟି ସହ ମଦ ଜବତ କରିବା ସହ ଦୁଇ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗତ ସପ୍ତାହକ ପୂର୍ବରୁ ସେକ୍ଟର-୨ ନୟାବଜାର ଛକରୁ ମଦ ବୋଝେଇ ଅଟୋକୁ ପ୍ଲାଣ୍ଟସାଇଟ୍ ପୁଲିସ ଜବତ କରିଥିଲା।
ମଦ ବୋଝେଇ ସ୍କୁଟି ଜବତ, ୨ ଗିରଫ
/sambad/media/post_attachments/wp-content/uploads/2021/05/10b7c502-4aae-461a-ba26-a4a4fd6fee0d.jpg)