ବାଲେଶ୍ୱର: ଆଜି ସକାଳେ ପୁରୀରୁ ପଶ୍ଚିମବଙ୍ଗର କୋଲକାତାକୁ ଯାଉଥିବା ଏକ ସ୍କର୍ପିଓ ଗାଡ଼ି ବସ୍ତା ନିକଟ ହଳଦୀପଦା ନିକଟରେ ପଛରୁ ଏକ ଟ୍ରକ୍‌ ସହିତ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ଜଣେ ମରିଥିବା ବେଳେ ୬ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସଳେୟରେ ଭର୍ତ୍ତି କରାଯାଇଛିି। ଏହି ଦୁର୍ଘଟଣାରେ ନୀର ବୋରା ନାମକ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି।

Advertisment

publive-image

ମିଳିଥିବା ସୂଚନାରୁ ପ୍ରକାଶ ଯେ, ଛତିଶଗଡ଼ ରାୟପୁର ଯାଇ ପୁରୀରେ ଶ୍ରୀଜଗନ୍ନାଥ ଦର୍ଶନ ସାରି  ଏକ ପରିବାର ସିଜେ ୦୮-୯୯୯୧ ବିଶ୍ଚିଷ୍ଟ ସ୍କର୍ପିଓ ଯୋଗେ କୋଲକାତା ଫେରିଥିଲେ। ସକାଳ ସାମେ ୬ଟା ସମୟରେ  କୁହୂୁଡ଼ି ଯୋଗୁଁ ରାସ୍ତା କଡ଼ରେ ରଖାଯାଇଥିବା ଏକ ୧୦ ଚକିଆ ଟ୍ରକ୍‌ ସମ୍ପର୍କରେ ଜାଣି ନ ପାରି ଡ୍ରାଇଭର ଦୃତଗତିରେ ନେଇ ସ୍କର୍ପିଓକୁ ଟ୍ରକ୍‌ ପଛରେ ପିଟି ଦେଇଥିଲେ। ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିଲା।ଏହି ଦୁର୍ଘଟଣାରେ ଆହତ ହୋଇଥିବା କନକ ବୁରା, ବାଲାଜୀ ରାଜଦୂତ, ଭୂଷଣ ସିହ୍ନା, ମୀରା ବୋରା, ମହେନ୍ଦ୍ର ସିଂହ ଓ ସୀନା ବୋରାଙ୍କୁ ପୁଲିସ ଉଦ୍ଧାର କରି ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।