କାଳିଆପାଣି : କାଳିଆପାଣି ଥାନା ଖଣିଅଞ୍ଚଳ ମୁଖ୍ୟରାସ୍ତା ଟମକା-ମଙ୍ଗଳପୁର ସଡ଼କର କାଙ୍କଡ଼ପାଳ ଖଣ୍ଡୁରାଈ ପୀଠ ପାଖ ରାସ୍ତାରେ ଆଜି ଏକ ଦୁର୍ଘଟଣା ଘଟଛି। ଏହି ସଡ଼କରେ କଂକ୍ରିଟ୍ ଜଏଣ୍ଟ୍ ଏଡ଼ାଇବାକୁ ଯାଇ ସନ୍ଧ୍ୟାରେ ଏକ ସ୍କୁଟି(ଓଡି-୦୪କ୍ୟୁ-୦୬୬୪) ଓ ଅନ୍ୟ ଏକ ବାଇକ୍(ଓଡି-୦୬ଏଲ୍-୩୧୦୪) ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା।

Advertisment

ଏଥିରେ ସ୍କୁଟି ଚାଳକ କାକୁଡ଼ିଆ ଗ୍ରାମର ଭରତ ଚନ୍ଦ୍ର ମହାନ୍ତଙ୍କ ପୁଅ ପୂର୍ଣ୍ଣଚନ୍ଦ୍ର(୨୮)ଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ପଛରେ ବସିଥିବା ତାଙ୍କ ଭଣଜା ଧନୁର୍ଜୟ ମହାନ୍ତ(୨୨) ଗୁରୁତର ଆହତ ହୋଇଛନ୍ତି। ବଡ଼ଭାଇ ପ୍ରଫୁଲ୍ଲଙ୍କ ବିବାହ ନିମନ୍ତ୍ରଣ କାର୍ଡ ବାଣ୍ଟି ସ୍କୁଟିରେ ଗାଁକୁ ଫେରିବା ବାଟରେ ଦୁର୍ଘଟଣାର ଶିକାର ହୋଇଥିଲେ। ବାଇକ୍ ଚାଳକ ଘଟଣାସ୍ଥଳରୁ ବାଇକ୍ ଧରି ଫେରାର ହୋଇଯାଇଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଥିବା ଥାନା ଅଧିକାରୀ ସୁଶାନ୍ତ କୁମାର ଦାସ ସୂଚନା ଦେଇଛନ୍ତି। ଉତ୍ତ୍ୟକ୍ତ ଲୋକମାନେ ସଡ଼କ ଅବରୋଧ ଯୋଜନା କରୁଥିବା ବେଳେ ପୁଲିସ ପହଞ୍ଚି ତୁରନ୍ତ ଶବ ଉଠାଇନେବା ସହ ଲୋକଙ୍କୁ ବୁଝାସୁଝା କରିଥିଲା।