ଯାଜପୁର: କୋରେଇ ଥାନା ଅନ୍ତର୍ଗତ ବନ୍ଦାଳୋ ପଞ୍ଚାୟତର ବନ୍ଦାଳୋ ଗ୍ରାମରେ ଚୋରାମଦ ବେପାରକୁ ନେଇ ଥାନାରେ ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ଆଜି ପ୍ରଥମ ରଜରେ ବନ୍ଦାଳୋ ଗ୍ରାମର ଜନୈକ ବ୍ୟକ୍ତି ଚୋରାରେ ମଦ ବିକ୍ରି କରୁଥିଲେ। ବନ୍ଦାଳୋ ପଞ୍ଚାୟତର ସରପଞ୍ଚ ବିଷ୍ଣୁ ଚରଣ ରଥ ଏହାକୁ ବିରୋଧ କରିବାରୁ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା।
ଏନେଇ ସରପଞ୍ଚ ଶ୍ରୀ ରଥ କୋରେଇ ଥାନାରେ ଅଭିଯୋଗ କରିଥିଲେ। ପ୍ରକାଶ ଯେ, ଏହି ପଞ୍ଚାୟତରେ ଚୋରାମଦ ବେପାରକୁ ସରପଞ୍ଚ ଶ୍ରୀ ରଥ ବିରୋଧ କରୁଛନ୍ତି। ଲୋକଙ୍କୁ ସଚେତନ କରାଇବା ସହିତ ଚୋରାମଦ ବିକ୍ରି କରୁଥିବା ବେପାରୀଙ୍କୁ ତାଗିଦ୍ କରୁଛନ୍ତି। ହେଲେ ସମ୍ପୃକ୍ତ ବ୍ୟକ୍ତି ଏହାକୁ ଖାତିର ନକରି ଚୋରାରେ ମଦ ବିକ୍ରି କରୁଥିଲା। ଆଜି ରଜରେ ସମ୍ପୃକ୍ତ ବ୍ୟକ୍ତି ପ୍ରବଳ ଚୋରାମଦ ବିକ୍ରି କରିଥିଲେ। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଥିଲା। ଅଭିଯୋଗ ପରେ ପୁଲିସ ତଦନ୍ତ କରୁଛି ବୋଲି ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/5-11.jpg)