ଟିଟିଲାଗଡ଼: ବଲାଙ୍ଗୀର ଜଲ୍ଲା ଟିଟିଲାଗଡ଼ ଅଞ୍ଚଳରେ ଏବେ ସ୍କ୍ରବ୍ ଟାଇଫସ୍ ରୋଗୀ ଚିହ୍ନଟ ହୋଇଛନ୍ତି। ଟିଟିଲାଗଡ଼ ବ୍ଲକ ନାରେନ ଗାଁର ରୂପଧର ସ୍ୱାଇଁଙ୍କ ବିବାହିତା ଝିଅ ସଂଯୁକ୍ତା ପ୍ରଧାନ (୩୨ବର୍ଷ) ସ୍କ୍ରବ୍ ଟାଇଫସ୍ରେ ଆକ୍ରାନ୍ତ ହୋଇ ଗୁରୁତର ଅବସ୍ଥାରେ ବିଷମକଟକସ୍ଥିତ ମିସନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିବା ସୂଚନା ମିଳିଛି। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏ ଅଞ୍ଚଳରେ କୌଣସି ସଚେତନତା କାର୍ଯ୍ୟକ୍ରମ କରାଯାଉ ନଥିବାରୁ ଅଞ୍ଚଳବାସୀ ଆତଙ୍କିତ ହୋଇ ପଡ଼ିଛନ୍ତି।
ସୂଚନା ଅନୁସାରେ, ସଂଯୁକ୍ତା ତାଙ୍କ ଶାଶୂଘର ମଦନପୁର ରାମପୁର ବ୍ଲକ୍ ବୁରାଟ ଗାଁରେ ତାଙ୍କ କପା ଖେତକୁ ଯାଇଥିବା ବେଳେ ଏହି କୀଟ କାମୁଡ଼ିଥିଲା। ପ୍ରଥମେ ସେଠାକାର ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା କରାଇବା ପରେ ସେ ନାରେନ ଗାଁକୁ ଆସି ଅଧିକ ଚିକିତ୍ସା ପାଇଁ ଟିଟିଲାଗଡ଼ ସରକାରୀ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ତାଙ୍କ ସ୍ବାସ୍ଥ୍ୟବସ୍ଥା ଜଟିଳ ହେବାରୁ ତାଙ୍କୁ ପୁଣି ଅଧିକ ଚିକିତ୍ସା ପାଇଁ ଡାକ୍ତର ଅନ୍ୟତ୍ର ସ୍ଥାନାନ୍ତର ପାଇଁ ପରାମର୍ଶ ଦେଇଥିଲେ।
ଟିଟିଲାଗଡ଼ରେ ସ୍କ୍ରବ୍ ଟାଇଫସ୍ ରୋଗୀ ଚିହ୍ନଟ: ଖେତକୁ ଯାଇଥିବା ବେଳେ ମହିଳାଙ୍କୁ କାମୁଡ଼ିଥିଲା କୀଟ
/sambad/media/post_attachments/wp-content/uploads/2023/09/Untitled-52.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)