ପୁରୀ: ସୁରକ୍ଷାକର୍ମୀ ବାରଣ କରନ୍ତୁ କିନ୍ତୁ ସ୍ଥାନ ଛାଡି ଯିବି ନାହିଁ | ଟିଭି ପରଦାରେ ଫଟୋ ଆସିବା ଦରକାର | ଯାହା ବି ହେଇଯାଉ ମୁଖ୍ୟମନ୍ତ୍ରୀଙ୍କ ସହ ସେଲଫି ନେବି | କିଛି ଏଭଳି ଚିନ୍ତାଧାରା ନେଇ ଆଜି ପୁରୀର ଜଣେ ସେବାୟତ ସେଲଫି ନେବା ପାଇଁ ପ୍ରତିଯୋଗିତା କରୁଥିବାର ଦେଖିବାକୁ ମିଳିଛି | ଆଜି ପୁରୀରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ ଲାଗି ମୁଖ୍ୟମନ୍ତ୍ରୀ ଯାଇଥିବା ସମୟରେ ଏଭଳି ଘଟଣା ଦେଖିବାକୁ ମିଳିଛି।

Advertisment

ଆଉ ଶ୍ରୀମନ୍ଦିରର ବରିଷ୍ଠ ଦଇତାପତି ଓ ସେବାୟତମାନେ ଆସି ମୁଖ୍ୟମନ୍ତ୍ରୀଙ୍କୁ ଉତ୍ତରୀୟ ଦେଇଥିଲେ | ଏହି ସମୟରେ ଜଣେ ସେବାୟତ ଆସି ମୁଖ୍ୟମନ୍ତ୍ରୀଙ୍କୁ ଉତ୍ତରୀୟ ଦେଇଥିଲେ | ଉତ୍ତରୀୟ ଦେବା ପରେ ଭିଡ କମାଇବା ପାଇଁ ସୁରକ୍ଷାକର୍ମୀ ତାଙ୍କୁ ଯିବାକୁ କହିଥିଲେ | ତାଙ୍କୁ ଛାଡି ଅନ୍ୟ ସେବାୟତମାନେ ଚାଲିଯାଇଥିବାବେଳେ ଏହି ସେବାୟତ ଜଣକ କିନ୍ତୁ ସ୍ଥାନ ଛାଡ଼ିଯାଇ ନଥିଲେ |

publive-image

ଭଳିକି ଭଳି ଫଟୋ ପୋଜ ଦେଉଥିବାବେଳେ ମୁଖ୍ୟମନ୍ତ୍ରୀଙ୍କ ସହ ସେଲଫି ନେବାକୁ ମୋବାଇଲ କାଢିଥିଲେ | ସେଲଫି ନେବାକୁ ଉଦ୍ୟମ କରୁଥିବାବେଳେ ସୁରକ୍ଷାକର୍ମୀ ପୁଣି ବାରଣ କରିଥିଲେ | ତଥାପି ବି ନଛୋଡ଼ବନ୍ଧା ହୋଇ ସେ ସେଲଫି ନେଇଥିଲେ |