ବାରିପଦା: କରୋନା ମହାମାରୀ କାରଣରୁ ରାଜ୍ୟରେ ଭକ୍ତଙ୍କ ପାଇଁ ମନ୍ଦିର ବନ୍ଦ ଥିଲା। ବର୍ତ୍ତମାନ ସରକାର ଶ୍ରୀକ୍ଷେତ୍ର ପୁରୀ ସମେତ ପ୍ରଭୁ ଲିଙ୍ଗରାଜ ମନ୍ଦିର ଖୋଲିବା ଏବଂ ଦର୍ଶନ ନିମନ୍ତେ ଭକ୍ତଙ୍କୁ ଅନୁମତି ଦେଇସାରିଛନ୍ତି । ମାତ୍ର ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ଛୋଟବଡ଼ ମନ୍ଦିର ଏବେବି ବନ୍ଦ ରହିଛି। ଫଳରେ ଠାକୁରଙ୍କ ସେବା କରି ଭକ୍ତମାନଙ୍କ ଦାନଦକ୍ଷିଣାରେ ପରିବାର ଚଳାଇ ଆସୁଥିବା ସେବାୟତମାନେ ନାହିଁନଥିବା ହଇରାଣ ହେଉଛନ୍ତି। ଏଥିପାଇଁ ରାଜ୍ୟର ସମସ୍ତ ମନ୍ଦିର ଖୋଲିବା ଦାବିରେ ଆଜି ୨ୟ ଶ୍ରୀକ୍ଷେତ୍ର ବାରିପଦାର ଶ୍ରୀଶ୍ରୀ ହରିବଳଦେବଜୀଉ ମନ୍ଦିର ସମ୍ମୁଖରେ ଦୀପଦାନ କରି ଅଭିନବ ଉପାୟରେ ନିଜର ଦାବି ସରକାରଙ୍କ ନିକଟରେ ଉପସ୍ଥାପନ କରିଛନ୍ତି ସେବାୟତବୃନ୍ଦ । ଓଡ଼ିଶା ସେବାୟତ ସଂଘର ସଭାପତି କାମେଶ୍ୱର ତ୍ରିପାଠୀଙ୍କ ନେତୃତ୍ୱରେ ସମସ୍ତ ସେବାୟତ ଦୀପଦାନ କରିବା ସହିତ ଜଗତର ମଙ୍ଗଳ କାମନା କରିଛନ୍ତି । ଏହି ଅବସରରେ ବିଭିନ୍ନ ସାମାଜିକ ସଂଗଠନର କର୍ମକର୍ତ୍ତା ଏବଂ ଭକ୍ତ ମଧ୍ୟ ଉପସ୍ଥିତ ଥିଲେ।
ଭକ୍ତମାନଙ୍କ ନିମନ୍ତେ ସମସ୍ତ ମନ୍ଦିର ଖୋଲାଯିବା ଦାବି, ଦୀପଦାନ କରି ପ୍ରତିବାଦ କଲେ ସେବାୟତ
/sambad/media/post_attachments/wp-content/uploads/2020/12/dipa-jalile-mandir-sevayat.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)