କରୋନାର ଦ୍ୱିତୀୟ ସଂକ୍ରମଣ: ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୩୦କୁ ବୃଦ୍ଧି

ଖୋର୍ଦ୍ଧା: ଖୋର୍ଦ୍ଧା ଗ୍ରାମାଞ୍ଚଳରେ କରୋନା  ଭୁତାଣୁର ଦ୍ୱିତୀୟ ସଂକ୍ରମଣର ଲହରର ପ୍ରଭାବ ଅପେକ୍ଷାକୃତ କମ୍ ରହିଥିଲେ ମଧ୍ୟ କ୍ରମାଗତ ଭାବେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଗତ ୩ ଦିନ ମଧ୍ୟରେ ୨୦ ଜଣ ସଂକ୍ରମିତ ହୋଇଥିବା ବେଳେ ଚଳିତ ସପ୍ତାହରେ ୩୦ ଜଣ ସଂକ୍ରମିତ ହୋଇଛନ୍ତି ।

ଜିଲ୍ଲା ଆପତ୍କାଳୀନ ବିଭାଗରୁ ମିଳିଥିବା ସୂଚନାନୁସାରେ, ଆଜି ମୋଟ ୬ଜଣ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ଖୋର୍ଦ୍ଧାରୁ ସର୍ବାଧିକ ୩ଜଣ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଟାଙ୍ଗୀ, ବାଣପୁର ଓ ଖୋର୍ଦ୍ଧାକୁ ଆସିଥିବା ଅନ୍ୟ ଜିଲ୍ଲାର ଜଣେ ଲେଖାଏଁ ଏଭଳି ମୋଟ ୬ଜଣ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ଆଜି ୩୨୯ଜଣଙ୍କ ଆର୍ଟିପିସିଆର୍ ପରୀକ୍ଷଣ ହୋଇଥିବା ବେଳେ ୬୦୬ଜଣଙ୍କ ରାପିଡ୍ ଆଂଟିଜେନ୍ ପରୀକ୍ଷଣ ହୋଇଥିଲା ।

ସେହିଭଳି ଟିକାକରଣ ଅଭିଯାନ ସମ୍ପର୍କରେ ସୂଚନା ଦେଇ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ଯେ ଜିଲ୍ଲାରେ ୪୬୨୭ଜଣଙ୍କୁ ଟିକା ଦେବା କାର୍ଯ୍ୟକ୍ରମ ରହିଥିଲା । ଟିକାକରଣ ବନ୍ଦ ହେବା ସୁଦ୍ଧା ୩୦୬୨ ଅର୍ଥାତ୍ ୬୬.୧୭ ପ୍ରତିଶତଙ୍କୁ ଟିକା ଦିଆଯାଇଛି । ୪୫ ବର୍ଷ ବୟସରୁ ଉଦ୍ଧ୍ୱର୍ ୧୭୬୬ଜଣଙ୍କୁ ପ୍ରଥମ ପର୍ଯ୍ୟାୟ ଟିକା ଦିଆଯାଇଥିବା ବେଳେ ୧୨ଜଣଙ୍କୁ ଦ୍ୱିତୀୟ ପର୍ଯ୍ୟାୟ ଟିକା ଦିଆଯାଇଛି । ସେହିଭଳି ୬୦ ବର୍ଷ ବୟସରୁ ଉଦ୍ଧ୍ୱର୍ ୮୯୦ଜଣଙ୍କୁ ପ୍ରଥମ ପର୍ଯ୍ୟାୟ ଟିକା ଦିଆଯାଇଥିବା ବେଳେ ୧୭୦ଜଣଙ୍କୁ ଦ୍ୱିତୀୟ ପର୍ଯ୍ୟାୟ ଟିକା ଦିଆଯାଇଛି ।

ସମ୍ବନ୍ଧିତ ଖବର