୫-ଟି ରୂପାନ୍ତରିତ ଉଚ୍ଚ ବିଦ୍ୟାଳୟଗୁଡ଼ିକର ଶିକ୍ଷକଙ୍କ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର

ଭୁବନେଶ୍ବର: ୫ଟି ରୂପାନ୍ତରିତ ଉଚ୍ଚ ବିଦ୍ୟାଳୟ ଗୁଡ଼ିକର ଶିକ୍ଷକ ଓ ପ୍ରଧାନ ଶିକ୍ଷକ ମାନଙ୍କ ମଧ୍ୟରେ ‘ବ୍ୟକ୍ତିତ୍ବ ଓ ବିକାଶ’ ପାଇଁ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟର ଭର୍ଚୁଆଲ ଷ୍ଟୁଡିଓ ଠାରେ ଗତ ୧୦ ତାରିଖରରୁ ୧୪ ତାରିଖ ପର୍ଯ୍ୟନ୍ତ ପାଞ୍ଚଦିନ ଧରି ଦ୍ୱିତୀୟ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରଶିକ୍ଷଣ ଶିବିରରେ ମୋଟ ୫୦ ଜଣ ପ୍ରଶିକ୍ଷାର୍ଥୀ ତାଲିମ ଗ୍ରହଣ କରିଥିଲେ। ସେମାନଙ୍କ ମଧ୍ୟରେ ୨୫ ଜଣ ପ୍ରଧାନ ଶିକ୍ଷକ ଓ ୨୫ ଜଣ ସହକାରୀ ଶିକ୍ଷକ ଥିଲେ। କୁଅଁରମୁଣ୍ଡା ବିଇଓ ଶ୍ରୀ ସଦାନନ୍ଦ ପ୍ରଧାନ ଏବଂ ଗୁରୁଣ୍ଡିଆ ବିଇଓ ଶ୍ରୀ ରବିନ୍ଦ୍ର ମାଝୀ ଶିକ୍ଷକଙ୍କ ମଧ୍ୟରେ ନେତୃତ୍ୱର ବିକାଶ ପାଇଁ ତାଲିମ ପ୍ରଦାନ କରିଥିଲେ। ଭାଲ୍ୟୁଏବଲ ଗ୍ରୁପର ଡିଜିଏମ ଗୌରୀ ପରବ, ଭବାନୀ ଶଙ୍କର ଉଚ୍ଚ ବିଦ୍ୟାଳୟ ସୁନ୍ଦରଗଡ଼ର ଶିକ୍ଷୟିତ୍ରୀ ସୁସ୍ମିତା ଯୋସୀ ଓ ସ୍ୱାଗତିକା ପଣ୍ଡା, ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାଳୟର ପ୍ରୋଗ୍ରାମର ସୁକେନ୍ଦୁ କୁମାର ସାହୁ ଏବଂ ବାଲିଶଙ୍କରା ବ୍ଲକର ଏମ୍‌ଆଇଏସ୍‌ ସୁମିତ ସରାଫ ପ୍ରଶିକ୍ଷାର୍ଥୀ ମାନଙ୍କୁ ଆଧୁନିକ ଡିଜିଟାଲ କୌଶଳ ଗୁଡ଼ିକର ତାଲିମ ପ୍ରଦାନ କରିଥିଲେ।

Sambad

ସୁନ୍ଦରଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀ ଅମୂଲ୍ୟ କୁମାର ପ୍ରଧାନ ପ୍ରଶିକ୍ଷଣ ଶିବିରରେ ପ୍ରତ୍ୟକ୍ଷ ଭାବେ ସାମିଲ ହୋଇ ୫ଟି ଉଚ୍ଚ ବିଦ୍ୟାଳୟ ରୁପାନ୍ତରଣ ପ୍ରକ୍ରିୟାର ସଫଳ ରୂପାୟନ ପାଇଁ ପ୍ରଶିକ୍ଷାର୍ଥୀ ମାନଙ୍କୁ ଆତ୍ମସମୀକ୍ଷା କରିବା ଓ କର୍ତ୍ତବ୍ୟନିଷ୍ଠ ହେବା ପାଇଁ ଆହ୍ୱାନ କରିଥିଲେ। ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସାରଙ୍ଗଧର ବରିହା ଶିକ୍ଷାର ବିକାଶରେ ପ୍ରଧାନ ଶିକ୍ଷକଙ୍କ ଦାୟିତ୍ୱ ଓ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଶୈକ୍ଷିକ ଉନ୍ନୟନ ସଂଯୋଜିକା ସୁଜାତା ସାହୁ ଏବଂ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ସୁରଜ ପ୍ରକାଶ ଚୌଧୁରୀ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର