ଗୁପ୍ତ ଚ୍ୟାମ୍ବରରେ ଯାଉଥିଲା ଗଞ୍ଜେଇ, ମାଡିବସିଲା ପୁଲିସ

ନବରଙ୍ଗପୁର: ପୁଲିସ ଓ ଅବକାରୀ ବିଭାଗକୁ ଚକମା ଦେବାକୁ ଗଞ୍ଜେଇ ବେପାରୀଙ୍କ ଉଦ୍ୟମ ଫେଲ ମାରିଛି | କଣ୍ଟେନରରେ ଗୁପ୍ତ ଚ୍ୟାମ୍ବର କରି ଗଞ୍ଜେଇ ଚାଲାଣ କରୁଥିବାବେଳେ ପୁଲିସ ଏହି କଣ୍ଟେନରକୁ ଜବତ କରିଛି | ମିଳିଥିବା ସୂଚନା ମୁତାବକ ଆଜି ସକାଳୁ ମାଲକାନଗିରିରୁ ବିହାର ଅଭିମୁଖେ ଗଞ୍ଜେଇ ଚାଲାଣ ହେଉଥିବା ନେଇ ପୁଲିସ ପାଖରେ ଖବର ପହଞ୍ଚିଥିଲା |

ଏହା ପରେ ନବରଙ୍ଗପୁର ପୁଲିସ ନବରଙ୍ଗପୁର ସୀମାନ୍ତ ଇନ୍ଦ୍ରାବତୀ ପୋଲ ନିକଟରେ ଚଢ଼ାଉ କରି ଗଂଜେଇ ଭର୍ତ୍ତି କଣ୍ଟେନରକୁ ଜବତ କରିଥିଲା | ଗଞ୍ଜେଇ ଚାଲାଣ ଅଭିଯୋଗରେ ପୁଲିସ ବିହାର ଅଂଚଳର ୨ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି | ତେବେ ବଡ କଥା ଯେ ଗଞ୍ଜେଇକୁ ନେବା ପାଇଁ କଣ୍ଟେନର ମଧ୍ୟରେ ଏକ ସିକ୍ରେଟ ଚ୍ୟାମବର କରାଯାଇଥିଲା | ଚ୍ୟାମ୍ବରକୁ କାଟିବା ପରେ ଏଥିରୁ ୭୦ ପ୍ୟାକେଟ ଗଂଜେଇ ଜବତ କରାଯାଇଛି |

ଜବତ ହୋଇଥିବା ଗଞ୍ଜେଇର ଅନୁମାନିକ ମୂଲ୍ୟ ପ୍ରାୟ ୨୦ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି | ପ୍ରକାଶ ଥାଉକି ଗତକାଲି ଗୋଟିଏ ଯାଇଲୋ ଗାଡି ସହ ୮୭କେଜି ଗଞ୍ଜେଇ ଜବତ କରିବା ସହ ୨ଜଣକୁ ଗିରଫ କରାଯାଇଥିଲା |

ସମ୍ବନ୍ଧିତ ଖବର