ଶର୍ମିଷ୍ଠାଙ୍କ ଭଦ୍ରକ ଲିଙ୍କ୍‌ର ଖୋଲୁଛି ଗୁମର

ଭଦ୍ରକ: ନୟାଗଡର ବହୁ ଚର୍ଚ୍ଚିତ କ୍ୟାମେରା ମ୍ୟାନ ମାନସ ହତ୍ୟା‌କାଣ୍ଡର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଶର୍ମିଷ୍ଠା ରାଉତଙ୍କ ଭଦ୍ରକ ଲିଙ୍କ ଏବେ ଖୋଲି ଖୋଲି ଯାଉଛି। ବିଶେଷ ସୂତ୍ରରୁ ମିଳିଥିବା ସୂଚନାରୁ ପ୍ରକାଶ ଯେ, ଶର୍ମିଷ୍ଠା ରାଉତଙ୍କ ଭଦ୍ରକ ଲିଙ୍କ୍ ବହୁ ଆଗରୁ ରହିଛି। ଭଦ୍ରକ ଜିଲ୍ଲାରେ କିଛି ପ୍ରଶାନିକ ଅଧିକାରୀ ଓ ପୁଲିସ ଅଧିକାରୀଙ୍କ ସହ ଶର୍ମିଷ୍ଠାଙ୍କର ସମ୍ପର୍କ ରହିଛି। ବିଭିନ୍ନ ସଭା ସମିତିରେ ଶର୍ମିଷ୍ଠାଙ୍କ ସହ ଭଦ୍ରକର କିଛି ଅଧିକାରୀ ଯୋଗଦେଇଛନ୍ତି। ଶର୍ମିଷ୍ଠାଙ୍କର ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ଭଦ୍ରକ ଜିଲ୍ଲାରେ ଚାଲିଥିଲା। ଭଦ୍ରକ ଜିଲ୍ଲାର ବନ୍ତ ବ୍ଲକ ଅନ୍ତର୍ଗତ ଆଗରପଡା ଥାନା ପୁରୁଷଣ୍ଢ ଗ୍ରାମରେ ରହିଛି ଶର୍ମିଷ୍ଠାଙ୍କର ନଳନ୍ଦ ଘର। ଶର୍ମିଷ୍ଠା ବିଭିନ୍ନ ସମୟରେ ନିଜ ନଣନ୍ଦ ଘର ଆଗରପଡାକୁ ଯିବା ଆସିବା କରନ୍ତି। କ୍ୟାମେରା ମ୍ୟାନ ମାନସ ସ୍ବାଇଁ ଅପହରଣ ଓ ହତ୍ୟାକାଣ୍ଡ ଘଟଣା ଘଟିବା ପରେ ଶର୍ମିଷ୍ଠା ଆଗରପଡା ଆସିଛନ୍ତି। ଗତ ମାର୍ଚ୍ଚ ମାସ ୧୦ ତାରିଖରେ ଶର୍ମିଷ୍ଠା ଆଗରପଡା ଆସିଥିବା କଥା ଜନୈକ ଅଧିକାରୀଙ୍କ ତଦନ୍ତରୁ ଜଣାପଡିଛି। ସେ ଆରଗରପଡା ଥାନା ଅନ୍ତର୍ଗତ ପୁରୁଷଣ୍ଢ ଗ୍ରାମର ନିଜ ନଣନ୍ଦ ଘରକୁ ଯାଇଥିଲେ। ସେଠାରେ ୧୧ ତାରିଖ ଓ ୧୨ ତାରିଖ ଦୁଇ ଦିନ ରହିଥିଲେ। ମାର୍ଚ୍ଚ ୧୩ ତାରିଖ ଦିନ ନିଜ ନଣନ୍ଦ ଘରୁ ସେ ଅନ୍ୟତ୍ର ପଳାଇଥିଲେ। ଶର୍ମିଷ୍ଠା ମଧ୍ୟ ଆଗରପଡା କଲେଜ ଛକ ନିକଟରେ ଥିବା ଏକ ଘରୋଇ ଜନ ସେବା କେନ୍ଦ୍ରର ଏଟିଏମରୁ ଟଙ୍କା ଉଠାଣ କରିଥିବ‌ା ଜଣାପଡିଛି। ସଂକୃକ୍ତ ଜନ ସେବା କେନ୍ଦ୍ରରୁ ଶର୍ମିଷ୍ଠା ଦୁଇଥର ଟଙ୍କା‌ ଉଠାଣ କରିଥିବା ନେଇ ସୂଚନା ମିଳିଛି। ପରେ ଶର୍ମିଷ୍ଠା ଆଗରପଡାରୁ କୁଆଡେ ଗଲେ, ସେ ସଂପର୍କରେ ସ୍ଥାନୀୟ ପୁଲିସ କିଛି କହିପାରୁ ନାହିଁ। ଶର୍ମିଷ୍ଠା ଏକା ନା ତାଙ୍କ ସହିତ ଆଉ କେହି ଥିଲେ। ଆଗରପଡାରୁ ଶର୍ମିଷ୍ଠା କୁଆଡେ ଗଲେ। ସେହିଦିନଠାରୁ ଶର୍ମିଷ୍ଠା କେଉଁଠି ରହୁଥିଲେ। ଯଦି ଓଡ଼ିଶା ଭିତରେ କିମ୍ବା ଭଦ୍ରକ ଜିଲ୍ଲାର ଆଉ କେଉଁଠି ଶର୍ମିଷ୍ଠା ଲୁଚି ଥିଲେ। ତେବେ ଭଦ୍ରକ ପୁଲିସ ଏ ସମ୍ପର୍କରେ ଖବର ପାଇଲେ ନାହିଁ କିପରି।

ଭଦ୍ରକ ପୁଲିସ ସବୁ କିଛି ଜାଣି ଥିଲା ନା ଶର୍ମିଷ୍ଠାକୁ ଜାଣି ଶୁଣି ଖସାଇ ଦେବାକୁ ଉଦ୍ୟମ କରୁଥିଲା। ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି। ଏଇ ସ୍ପର୍ଶ କାତର ପ୍ରସଙ୍ଗରେ ଭଦ୍ରକ ଏସପି ଯେତିକି ତତ୍ପରତା ପ୍ରକାଶ କରିବା କଥା ତାହା କଲେ ନାହିଁ କାହିଁକି ବୋଲି ମଧ୍ୟ ଜନ ସାଧାରଣ ପ୍ରଶ୍ନ ଉଠାଇଛନ୍ତି। ଏପରିକି ଶର୍ମିଷ୍ଠା ପ୍ରସଙ୍ଗରେ ଭଦ୍ରକ ଏସପି ଗଣମାଧ୍ୟ ପ୍ରତିନିଧିଙ୍କୁ କୌଣସି ତଥ୍ୟ ମଧ୍ୟ ଦେଲେ ନାହିଁ। ଆଜି ପୁଣି ନଳାଙ୍ଗ ଅଞ୍ଚଳରୁ ଶ ର୍ମିଷ୍ଠାଙ୍କୁ ଗିରଫ କରାଯିବା ଘଟଣା ଶର୍ମିଷ୍ଠାଙ୍କ ଭଦ୍ରକ ଲିଙ୍କ୍‌କୁ ଅଧିକ ସ୍ପଷ୍ଟ କରିଛି। ଏଇ ଅପହରଣ ଓ ହତ୍ୟାକାଣ୍ଡ ଘଟଣାର ବ୍ୟୁହ ରଚନା କରିବା ବେଳେ ଶର୍ମିଷ୍ଠାଙ୍କୁ କେହି ଭଦ୍ରକ ଲୋକ ସହଯୋଗ କିମ୍ବା ସହାୟତା ଦେଇଥିଲେ କି? ସେ ନେଇ କ୍ରାଇମ୍ ବ୍ରାଞ୍ଚ ଟିମ୍ କଣ ତଦନ୍ତ କରୁଛି। ତାହା ଉପରେ ମଧ୍ୟ ସମସ୍ତଙ୍କ ନଜର ରହିଛି। ଶର୍ମିଷ୍ଠାଙ୍କ ଭଦ୍ରକ ଲିଙ୍କ୍ ନଥିଲେ ସେ କାହିଁକି କ୍ୟାମେରା ମେନ୍ ମାନସ ସ୍ବାଇଁଙ୍କୁ ଚାନ୍ଦବାଲିର ବାହାଘର ପ୍ରୋଗ୍ରାମରୁ ଅପହରଣ କରିବାର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଥାନ୍ତେ। ଏଭଳି ପ୍ରଶ୍ନ ଏବେ ସାଧାରଣରେ ଉଠିଛି।

ସମ୍ବନ୍ଧିତ ଖବର