ଯାଜପୁର: ବିରଜା ମନ୍ଦିର ସୁରକ୍ଷା ଦାୟିତ୍ୱରେ ଥିବା ଜଣେ ପୁଲିସ କର୍ମଚାରୀ କରେନା ପଜିଟିଭ ଚିହ୍ନଟ ହେବା ପରେ ପ୍ରଶାସନ ତରଫରୁ ମନ୍ଦିରର ଚତୁଃପାର୍ଶ୍ୱରେ ୧୪୪ ଧାରା ଲାଗୁ ହୋଇଛି। ଆଜି ସନ୍ଧ୍ୟା ୮ଟାରୁ ଲାଗୁ ହୋଇଥିବା ୧୪୪ ଧାରା ୨୫ ତାରିଖ ସକାଳ ୮ ପର୍ଯ୍ୟନ୍ତ ଜାରି ରହିବ। ଏହି ସମୟ ମଧ୍ୟରେ ମନ୍ଦିର ସମ୍ମୁଖ ଓ ଏହାର ଚାରିପଟେ ଜନଗହିଳି ଓ ଏକ୍ରତିତକୁ ବାରଣ କରାଯାଇଛି। କରୋନା ସଂକ୍ରମଣ ରୋକିବାକୁ ଏପରି ନିଷ୍ପତି ନେଇଛନ୍ତି ମନ୍ଦିର ଟ୍ରଷ୍ଟି ତଥା ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ। ନିୟମ ଉଲଘଂନ କଲେ କଡା କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ଯାଜପୁର ପୌରପରିଷଦ ଅଂଚଳରେ ଏପର୍ଯ୍ୟନ୍ତ ମୋଟ ୫୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥରୁ ଆଜି ୬ ଜଣ ସାମିଲ ଅଛନ୍ତି। ଯାଜପୁର ସହରରେ ଏବେ ୧୭ ଜଣ ସକ୍ରିୟ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ଥିବା ବେଳେ ୩୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/08/Biraja-templee-19_Thumb.jpg)