ନଭେମ୍ବର ୪-୫ ତାରିଖ ବୀରଗୋବିନ୍ଦପୁର ଦକ୍ଷିଣକାଳୀଙ୍କ ପୀଠରେ ୧୪୪ ଧାରା

ପୁରୀ: ଆସନ୍ତା ୪ ଓ ୫ ତାରିଖରେ ବୀରଗୋବିନ୍ଦପୁର ସ୍ଥିତ ଦକ୍ଷିଣକାଳୀଙ୍କ ପୀଠରେ ୧୪୪ ଧାରା ଜାରି କରାଯିବ । ଉପ ଜିଲ୍ଲାପାଳ ଭବତାରଣ ସାହୁଙ୍କ ଅଧ୍ୟକ୍ଷତାରେ ଦକ୍ଷିଣକାଳୀ ପରିସରରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ମାତ୍ର ବିଗତ ବର୍ଷ ଭଳି ବିଧି ମୁତାବକ ନୀତିକାନ୍ତି ପାଳନ ହେବ । କଟକଣା ଅବଧି ସମୟରେ କେବଳ ସ୍ବୀକୃତିପ୍ରାପ୍ତ ବ୍ୟକ୍ତିବିଶେଷ ମାନଙ୍କୁ ପ୍ରବେଶାନୁମତି ଦିଆଯିବ । ଏହାକୁ ପାଳନ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି ।

ସମ୍ବନ୍ଧିତ ଖବର