କରୋନା ସତର୍କତା: ଗଞ୍ଜାମ-ରାୟଗଡ଼ାରେ ୧୪୪ ଧାରା ଜାରି, ରାଉରକେଲାରେ ସୋମବାରଠୁ ପାର୍କ ବନ୍ଦ

ବ୍ରହ୍ମପୁର/ରାୟଗଡ଼ା/ରାଉରକେଲା: କରୋନା ଭାଇରସ ନେଇ ଗଞ୍ଜାମ ଓ ରାୟଗଡ଼ା ଜିଲ୍ଲା ପ୍ରଶାସନ ତରଫରୁ ୧୪୪ ଧାରା ଜାରି କରି ଦିଆଯାଇଛି। ଏଥି ସହିତ ପ୍ରଶାସନ ସତର୍କତା ମୂଳକ ପଦକ୍ଷେପ ମଧ୍ୟ ଗ୍ରହଣ କରିଛନ୍ତି। ଜନସମାଗମ ରୋକିବାକୁ ଜିଲ୍ଲା ପ୍ରଶାସନ ତରଫରୁ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନିଆଯାଇଛି। ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି।

ସମଗ୍ର ବିଶ୍ୱରେ କରୋନା ଭାଇରସକୁ ନେଇ ଚିନ୍ତା ଦେଖାଦେଇଥିବା ବେଳେ ରାୟଗଡ଼ା ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରିଦେଇଛନ୍ତି। ଜିଲ୍ଲାପାଳ ଶ୍ରୀ ବେହେରା ଏକ ବିଜ୍ଞପ୍ତି ଜାରି କରି ସମସ୍ତ କାର୍ଯ୍ୟାଳୟରେ କଣ୍ଟ୍ରୋଲ ରୁମ ଖୋଲିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସେହିପରି ରାଉରକେଲା ଠାରେ ସୋମବାର ଠାରୁ ପାର୍କଗୁଡ଼ିକ ବନ୍ଦ ରହିବ। ଏ ନେଇ ଆଜି କଟକଣା ଜାରି ହୋଇଛି। କରୋନା ସତର୍କତା ନେଇ ରାଉରକେଲା ଷ୍ଟିଲ ପ୍ଲାଣ୍ଟ କର୍ତ୍ତୃପକ୍ଷ ଏହି ପଦକ୍ଷେପ ନେଇଥିବା ଜଣାଯାଇଛି। ଇସ୍ପାତ ସହରର ଆଇଜି, ନେହରୁ ଓ ଜୁବୁଲି ପାର୍କ ବନ୍ଦ ରହିବ।

ସମ୍ବନ୍ଧିତ ଖବର