କାଳିଆପାଣି: କ୍ରୋମ୍ ଉପତ୍ୟକାରେ ନୂଆକରି ପାଦ ଥାପିଥିବା ଟାଟାଷ୍ଟିଲ ମାଇନିଂ(ଟିଏସ୍ଏମ୍ଏଲ୍) କମ୍ପାନିରେ ସ୍ଥାନୀୟ ନିଯୁକ୍ତିକୁ ନେଇ ଆଜି ତମ୍ବିତୋଫାନ ପରିସ୍ଥିତି ଦେଖିବାକୁ ମିଳିଛି। କଲରଙ୍ଗି ଛକରେ ପୁଲିସ ଓ ବିଜେପି କର୍ମୀ ମୁହାଁମୁହିଁ ହୋଇଛନ୍ତି। ବିଜେପି ପକ୍ଷରୁ ଆଜି ଟାଟା ସୁକିନ୍ଦା କ୍ରୋମାଇଟ୍ ଖଣି ଫାଟକ ସମ୍ମୁଖରେ ଗଣଧାରଣା ଦିଆଯିବାର କାର୍ଯ୍ୟକ୍ରମ ଥିବାରୁ ପ୍ରଶାସନ ପକ୍ଷରୁ ଉକ୍ତ ସ୍ଥାନରେ ୧୪୪ ଧାରା ଜାରି କରାଯାଇଥିଲା। ଆଇନ ଶୃଙ୍ଖଳା ପରିସ୍ଥିତି ପାଇଁ ଜଗାବଳିଆ ମାର୍କେଟ୍, ତାରିଣୀ ମାର୍କେଟ୍, ଟାକ୍ସି ଷ୍ଟାଣ୍ଡ, ମହାବୀର ବଜାର, ଗାୟତ୍ରୀ ବଜାର, ଗଣେଶ ବଜାର ବନ୍ଦ୍ ରହିଥିଲା।
ସୁକିନ୍ଦା ବିଜେପି ପକ୍ଷରୁ ପ୍ରଶାସନର ଏତାଦୃଶ ନିଷ୍ପତିକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଦଳ ଏହାକୁ ଚ୍ୟାଲେଞ୍ଜ୍ କରି ଶକ୍ତି ପ୍ରଦର୍ଶନ ଉଦ୍ୟମ କରୁଥିବା ଜାଣି ପୁଲିସ ପ୍ରଶାସନ ସକାଳ ୬ଟାରୁ ସଜାଗ ରହିଥିଲା। କଳିଙ୍ଗନଗର ଏଏସ୍ପି ଜୟରାମ ଶତପଥୀଙ୍କ ନେତୃତ୍ବରେ ଟମକା ଥାନା ଅଧିକାରୀ ସଂଘମିତ୍ରା ନାୟକ, ଯଖପୁରା ଥାନା ଅଧିକାରୀ ଲକ୍ଷ୍ମଣ କୁମାର ଦଣ୍ଡସେନା, ସୁକିନ୍ଦା ଥାନା ଅଧିକାରୀ ଶିବ ଚରଣ ବେହେରା ଓ କାଳିଆପାଣି ଥାନା ଅଧିକାରୀ ରମାକାନ୍ତ ମୁଦୁଲିଙ୍କ ସମେତ ୩ ପ୍ଲାଟୁନ ପୁଲିସ ଫୋର୍ସ କାଳିଆପାଣି ଥାନା ଛକରୁ କଲରଙ୍ଗି ଛକ ପର୍ଯ୍ୟନ୍ତ ସାଢ଼େ ୩ କିଲୋମିଟର ଅଂଚଳ ଜଗି ରହିଥିଲେ।
/sambad/media/post_attachments/wp-content/uploads/2020/12/401baf39-71c1-4e30-8fcb-4fe1f15494f4-1024x462.jpg)
ସୁକିନ୍ଦା ତହସିଲଦାର ବୁଲବୁଲ୍ ବେହେରା ସମ୍ବେଦନଶୀଳ ଇଲାକା କଲରଙ୍ଗି ଛକରେ ରହି ପରିସ୍ଥିତି ଅନୁଧ୍ୟାନ କରିଥିଲେ। ବିଜେପି ପକ୍ଷରୁ ପ୍ରଶାସନର ଦମନଲୀଳା ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ ନିଷ୍ପତ୍ତି ହୋଇଥିଲା। ୭ ଶହରୁ ଅଧିକ ସଂଖ୍ୟାରେ ବିଜେପି କର୍ମୀ କଲରଙ୍ଗି ଢାବା ଛକରେ ମେଳି କରିଥିଲେ। ବିଜେପି ନେତା ପ୍ରଦୀପ କୁମାର ବଳସାମନ୍ତଙ୍କ ନେତୃତ୍ବରେ ବିଜେପି କର୍ମୀମାନେ ଖଣିଅଞ୍ଚଳ ମୁଖ୍ୟରାସ୍ତା ଟମକା-ମଙ୍ଗଳପୁର ସଡ଼କରେ ନାରାବାଜି କରିଥିଲେ। ଟାଟା ଖଣି ମୁଖ୍ୟ ଫାଟକ ଦିଗରେ ଶୋଭାଯାତ୍ରା ଆରମ୍ଭ କରିଥିଲେ। ଅଧ କିଲୋମିଟର ଦୂର କଲରଙ୍ଗି ଛକ ପାଖରେ ପୁଲିସ ସେମାନଙ୍କୁ ଅଟକାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/8b79ebaa-b4ab-4e18-8881-fcce7bd9e36a.jpg)