ପୁରୀ/ଅନୁଗୁଳ/ଝାରସୁଗୁଡ଼ା: ପୁରୀ ବେଳାଭୂମିରେ ଆଜି ଠାରୁ ଧାରା ୧୪୪ ଲାଗୁ କରି ଦିଆଯାଇଛି। ଫଳରେ ସ୍ଥାନୀୟ ଲୋକ ଓ ପର୍ଯ୍ୟଟକମାନେ ବେଳାଭୂମିକୁ ଯାଇପାରିବେ ନାହିଁ। ପର୍ଯ୍ୟଟକମାନେ ବାଲିଆପଣ୍ଡା ଠାରୁ ପେଣ୍ଠକଟା ପର୍ଯ୍ୟନ୍ତ ବେଳାଭୂମିକୁ ଯାଇପାରିବେ ନାହିଁ। ସେହିଭଳି ଗାନ୍ଧିପାର୍କକୁ ମଧ୍ୟ ଯିବାକୁ ଅନୁମତି ମିଳିବ ନାହିଁ। ପୁଲିସ ୨୪ ସାଧାରଣ ଜନତାଙ୍କ ଉପରେ ନଜର ରଖିଛି। ଏପରି ଘଟଣା ଆଜି ପୁରୀ ସହରରେ ଦେଖିବାକୁ ମିଳିଛି। ପୁରୀରେ ଅନେକ ମେଡିକାଲ ଷ୍ଟୋରରେ ଅତର୍କିତ ଚଢ଼ାଉ କରାଯାଇ ନିୟମ ଉଲଂଘନକାରୀ ଦୋକାନୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଅନେକ ମେଡିକାଲ ଷ୍ଟୋରରେ ମାସ୍କ ଓ ସାନିଟାଇଜର ଗୁଡ଼ିକ ଚଢ଼ା ଦରରେ ବିକ୍ରି ହେଉଛି। ଯେଉଁ ମାସ୍କର ବଜାର ଦର ୧୫ଟଙ୍କା ହେବା କଥା, ତାହା ୫୦ ଟଙ୍କାରେ ବିକ୍ରି ହେଉଛି।
କରୋନା ଭାଇରସକୁ ଦୃଷ୍ଟିରେ ରଖି ଅନୁଗୁଳରେ ଜିଲ୍ଲା ପ୍ରଶାସନ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ଘୋଷଣା କରିଛନ୍ତି। ଜିଲ୍ଲାରେ ୩ଟି ଅବଜରଭେସନ କ୍ୟାମ୍ପର ବ୍ୟବସ୍ଥା କରାଯାଇଛି। ଏଠାରେ ୪ ଶହ ଲୋକ ରହିପାରିବେ। ଅନୁଗୁଳ ସହରରେ ମଧ୍ୟ ଧାରା ୧୪୪ ଜାରି କରି ଦିଆଯାଇଛି।
The PrimeTimeକରୋନା ସତର୍କତା ସ୍ୱରୂପ ୩୧ ତାରିଖ ପର୍ଯ୍ୟନ୍ତ ଝାରସୁଗୁଡ଼ା ସହରର ସମସ୍ତ ମଲ୍, ସୁପର ମାର୍କେଟକୁ ଆଜି ସନ୍ଧ୍ୟାରୁ ବନ୍ଦ କରି ଦିଆଯାଇଛି। ଜିଲ୍ଲା କାର୍ଯ୍ୟାଳୟରୁ ଏସ୍ପିଙ୍କୁ ନିର୍ଦ୍ଦେଶ ଆସିବା ପରେ ଟାଉନଥାନା ଅଧିକାରୀ ଓ ପୁଲିସ ବିଭିନ୍ନ ମଲ୍କୁ ଯାଇ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ କରିବାକୁ ପରାମର୍ଶ ଦେଇଥିଲେ। ପୂର୍ବରୁ ସିନେମା ହଲ୍ ଗୁଡ଼ିକ ବନ୍ଦ ହୋଇଯାଇଥିଲା। ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ସହରରେ ବିଭିନ୍ନ ସାମାଜିକ, ସାଂସ୍କୃତିକ, ଧାର୍ମିକ ଉତ୍ସବ, ସଭା ସମିତି ଉପରେ କଟକଣା ଲାଗୁ କରାଯାଇଛି। ଜିମ୍ ଗୁଡ଼ିକୁ ମଧ୍ୟ ବନ୍ଦ କରିବାକୁ ନିର୍ଦ୍ଦେଶ ଜାରି କରାଯାଇଛି।
ରାୟଗଡ଼ାର ପ୍ରଶାସନ ଓ ପୁଲିସ ପକ୍ଷରୁ ମେଡିକାଲ ଓ ଦୋକାନରେ ଚଢ଼ାଉ କରାଯାଇଛି। ଦୋକାନରେ ଷ୍ଟକ ନରଖି ଏହାକୁ ଉଚିତ୍ ମୂଲ୍ୟରେ ବିକ୍ରି କରିବାକୁ ପରାମର୍ଶ ଦିଆଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/03/corona-vv.png)