ଜୟପୁର: ଓଡିଶା କ୍ରିକେଟ ଆସୋସିଏସନ୍ ଦ୍ବାରା ଆୟୋଜିତ କଳାହାଣ୍ଡି କପ୍ ପାଇଁ କୋରାପୁଟ ଜିଲ୍ଲା ଦଳ ଚୟନ କରାଯାଇଛି। କୋଭିଡ୍ ନିୟମ ଅନୁଯାୟୀ ବରିଷ୍ଠ ଓ ୧୯ ବର୍ଷରୁ କମ୍ ଖେଳାଳିମାନଙ୍କୁ ନେଇ ଏହି ଚୟନ ହୋଇଛି। ଏହି ଦଳ ଚଳିତମାସ ୩ ତାରିଖରେ କଟକ ଯିବେ ଏବଂ ୫ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ସମସ୍ତ ମ୍ୟାଚ ଖେଳିବେ।
ଏହି ଦଳର ଅଧିନାୟକ ପ୍ରଭଞ୍ଜନ ଅଧିକାରୀ ଓ ଉପଅଧିନାୟକ ଏ. କିଶୋର ଉଭୟେ ଜୟପୁର ଅଞ୍ଚଳରର। ଏଥିସହ ଏହି ଦଳରେ ଜୟପୁରର ନଲମ୍ ଅହମଦ୍ ଖାନ୍ ଏ.କିରଣ, ସୌରଭପାତ୍ର, ଅଭିଶେକ୍ ମହାନ୍ତି, ସରୋଜ ରାଉତ, ଅଂଶୁମାନ ପଟ୍ଟନାୟକ, ଶୁଭମ୍ ସିଂହ, ୱାଇ ୟୁବରାଜ, ଆଦିତ୍ୟ ଶତପଥୀ, କୋରାପୁଟର ଶୁଭମ୍ ରଥ, ନିରଞ୍ଜନ ଗୌଡ, ଗୌରୀ ଶଙ୍କର ଦାସ ନନ୍ଦପୁରର ଦିଲ୍ଲୀପ କୁମାର ସ୍ବାଇଁ, ସୁନାବେଡାର ଚିନ୍ମୟ ପଣ୍ଡା, ପିୟୁଷ ନାୟକ, ସେମିଳିଗୁଡାର ସନ୍ଦୀପ ପଟ୍ଟନାୟକ, ଓମ୍ ପ୍ରକାଶ ଧଳ ଓ କୋଟପାଡର ବି. ବିଜୟ କୁମାର ଚୟନ ହୋଇଛନ୍ତି।
ଏହି ଚୟନ ପ୍ରକ୍ରିୟା ୪ ଦିନ ଧରି ଚାଲିଥିଲା। ଏଥିରେ ଜିଲ୍ଲାର ୮୦ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଚୟନ ପ୍ରକ୍ରିୟାରେ ବାବୁଲା ରାଉତ, ବାପି ପରିଡା, ୱାଇ ପ୍ରସାଦ, ଜିଲ୍ଲା କ୍ରିଡା ସଂଘର ସମ୍ପାଦକ ଅନୁପ ପାତ୍ର, ଉପସଭାପତି ରବି ନାୟକ, ଅମ୍ପାୟାର ଅସିତ୍ ପଟ୍ଟନାୟକ ପ୍ରମୁଖ ସାମିଲ ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/08/JPR-Cricket-team.jpg)