ବିଶ୍ଵ ଋତୁସ୍ରାବ ସ୍ବଚ୍ଛତା ଦିବସ ପାଳନ

ଘୁ. ଉଦୟଗିରି: ସ୍ଥାନୀୟ ବ୍ଲକ୍ ଅନ୍ତର୍ଗତ କିରାମାହା ପ୍ରାଥମିକ ବିଦ୍ୟାଳୟ ପରିସରରେ ଆକ୍ସନ ଏଡ୍ ଓ ପ୍ରଦାତ୍ତା ସହଯୋଗରେ ଅନ୍ତରଙ୍ଗ ଯୁବ ମହାସଂଘ ଓ ନାଓ ପକ୍ଷରୁ ବିଶ୍ଵ ଋତୁସ୍ରାବ ସ୍ବଚ୍ଛତା ଦିବସ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମାସିକ ଋତୁସ୍ରାବ ପରିଚ୍ଛନ୍ନ ଓ ସ୍ବାସ୍ଥ୍ୟ ବିଭାଗର ବିଭିନ୍ନ ଯୋଜନା ବିଷୟରେ ଅବଗତ କରାଯାଇଥିଲା। କିଶୋରୀମାନେ ନିଜ ନିଜର ବିଭିନ୍ନ ସମସ୍ୟା ବିଷୟରେ ଉପସ୍ଥାପନା କରିଥିବାବେଳେ ତାହାର ନିରାକରଣ ପାଇଁ କିଶୋରୀମାନେ ଯେଉଁଭଳି ଭାବେ ସ୍ବଚ୍ଛତା ଓ ପରିଚ୍ଛନ୍ନତା ରହିବେ ସେ ଉପରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରାଯାଇଥିଲା। ଋତୁସ୍ରାବର ଉପକାରିତା ଓ ନାପକିନ ପ୍ୟାଡ ବ୍ୟବହାର ଏବଂ ଶାରୀରିକ ସତର୍କତା ପ୍ରତି ଧ୍ୟାନ ଦେବା ପାଇଁ ଆଲୋଚନା କରାଯାଇଥିଲା।
ବିଭିନ୍ନ ଗ୍ରାମର କିଶୋରୀ ବାଳିକା ଓ ମହିଳାମାନେ ଯୋଗଦେଇଥିବା ବେଳେ କାର୍ଯ୍ୟକ୍ରମରେ ମହିଳା ଜୀବିକା ସୁରକ୍ଷା ମଞ୍ଚର ବ୍ଲକ ସଂଯୋଜିକା ସସ୍ମିତା ମାଲିକ, ନାଓର କର୍ମୀ ରିତାଞ୍ଜଳି ବଗର୍ତ୍ତି, ଆଶା କର୍ମୀ ଟୁନିମା ନାୟକ ଯୋଗ ଦେଇ ନିଜର ସ୍ବାସ୍ଥ୍ୟ ଓ ପରିଚ୍ଛନ୍ନ ବିଷୟରେ ନିଜର ଅଭିଜ୍ଞତା ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମକୁ ଅନ୍ତରଙ୍ଗ ଯୁବ ମହାସଂଘର ସମ୍ପାଦକ ହୃଷିକେଶ ପ୍ରଧାନ ପରିଚାଳନା କରିଥିବାବେଳେ ସଦସ୍ୟ ଆରିୟାନସ୍ ମାଲିକ ସହଯୋଗ କରିଥିଲେ।
ସମ୍ବନ୍ଧିତ ଖବର