ନେତାଜୀ ସୁଭାଷ ବୋଷ କନିଷ୍ଠ ମହାବିଦ୍ୟାଳୟରେ ଆତ୍ମ ସୁରକ୍ଷା ତାଲିମ ଶିବିର

ତୁମୁଡିବନ୍ଧ: କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ସ୍ଥିତ ନେତାଜୀ ସୁଭାଷ ବୋଷ କନିଷ୍ଠ ମହାବିଦ୍ୟାଳୟରେ ଗୁରୁବାର ଛାତ୍ରୀ ମାନଙ୍କୁ ଆତ୍ମ ସୁରକ୍ଷା ତାଲିମ ପ୍ରଦାନ କରାଯାଇଥିଲା ଏହି ଶିବିରକୁ ବାଲିଗୁଡା ବିଧାୟକ ରାଜୀବ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ।

ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ଭଞ୍ଜ କିଶୋର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକକୁ ଶିକ୍ଷା ବିଭାଗ ଅଧ୍ୟାପକ ସତ୍ୟ ରଞ୍ଜନ ପାଣିଗ୍ରାହୀ ସଭା ପରିଚାଳନା କରିଥିଲେଯ ସମ୍ମାନିତ ଅତିଥି ଭାବରେ ଓଡ଼ିଆ ବିଭାଗ ଅଧ୍ୟାପିକା ଡ଼. ବନିତା ପଟ୍ଟନାୟକ, ଲାଇବ୍ରେରୀୟନ ପ୍ରଦୀପ କୁମାର ମହାପାତ୍ର, ଖେଳ ଅଧ୍ୟାପକ ସଞ୍ଜୟ କୁମାର ସାହୁ, ରଞ୍ଜନ କୁମାର ନାୟକ, ଶୁଭଶ୍ରୀ ସାଠୁଆ ପ୍ରମୁଖ ମଞ୍ଚଆସିନ ଥିଲେଯ ଛାତ୍ରୀ ମାନଙ୍କ ପାଇଁ ଆତ୍ମ ସୁରକ୍ଷା ତାଲିମ ପ୍ରଦାନ କରିବା ଦ୍ୱାରା ସେମାନଙ୍କ ଭବିଷ୍ୟତ ରେ ନିଜେ ନିଜର ସୁରକ୍ଷା ନେଇପାରିବେ ବୋଲି ମତ ପ୍ରକାଶ ପାଇଥିଲା।

ସମ୍ବନ୍ଧିତ ଖବର