ଘୁ.ଉଦୟଗିରି: ସ୍ଥାନୀୟ କଳିଙ୍ଗ ମହାବିଦ୍ୟାଳୟରେ ଦୀର୍ଘ ଆଠଦିନ ଧରି ଚାଲିଥିବା ଛାତ୍ରୀମାନଙ୍କ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର ଶନିବାର ଉଦ୍‌ଯାପିତ ହୋଇଯାଇଛି ।

Advertisment

ଓଡ଼ିଆ ଅଧ୍ୟାପିକା ସୁପ୍ରିୟା ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍‌ଯାପନୀ ଦିବସରେ ମୁଖ୍ୟ ଅତିଥି ଭାବରେ ଗ୍ରେସିଙ୍ଗିଆ ସରପଞ୍ଚ ତ୍ରିଶୀଳା ପ୍ରଧାନ ଯୋଗଦେଇ ଛାତ୍ରୀମାନଙ୍କୁ ଆତ୍ମ-ସୁରକ୍ଷାର ଆବଶ୍ୟକତା ଓ ପ୍ରୟୋଗର ଵିଧି ସମ୍ପର୍କରେ ସଚେତନ କରାଇଥିଲେ ଏବଂ ଛାତ୍ରୀମାନଙ୍କୁ ମାନପତ୍ର ପ୍ରଦାନ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ପୂର୍ବତନ ଆତ୍ମ-ସୁରକ୍ଷା ଅଧିକାରିଣୀ  ଅନିତା ପଟ୍ଟନାୟକ,  ଝୁନୁମା ପ୍ରଧାନ ଉପସ୍ଥିତ ରହି ଛାତ୍ରୀମାନଙ୍କୁ ସଚେତନ କରିଥିଲେ । ଆତ୍ମ ସୁରକ୍ଷା ପ୍ରଶିକ୍ଷଣର ସଂଯୋଜିକା ଅନ୍ନପୂର୍ଣ୍ଣା ମଲ୍ଲିକ କାର୍ଯ୍ୟକ୍ରମର ବିବରଣୀ ପ୍ରଦାନ କରିଥିଲେ ।

ଅଧିକ ପଢ଼ନ୍ତୁ: ରାଜଭବନ ଛକରେ ସିରିଜ୍ ଦୁର୍ଘଟଣା: ୨ ବାଇକ୍‌କୁ ଘୋଷାଡ଼ି ନେଲା କାର୍

ଏହି ସଭାରେ ଅନୁଷ୍ଠାନର ଅଧ୍ୟାପକ ଓ ଅଧ୍ୟାପିକା ଉପସ୍ଥିତ ରହିଥିଲେ । ଶେଷରେ ଅଧ୍ୟାପିକା ଜସ୍ମିନ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

ଅଧିକ ପଢ଼ନ୍ତୁ: ଗମ୍ଭୀରଙ୍କ କାମ ପ୍ରଶିକ୍ଷଣ ଦେବା, ଅନୁମତି ଦେବା...: ହରଭଜନ