ବିଜେପିର ଜିଲ୍ଲାସ୍ତରୀୟ ସୁଶାସନ ଦିବସ ପାଳିତ

ମାଲକାନଗିରି: ଜିଲ୍ଲା ବିଜେପି ତରଫରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ୯୬ତମ ଜୟନ୍ତୀ ଅବସରରେ ଜିଲ୍ଲାସ୍ତରୀୟ ସୁଶାସନ ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ତଥା ବିଧାୟକ ଆଦିତ୍ୟ ମାଢି ସଭାପତିତ୍ବ କରିଥିବା ବେଳେ ଅତିଥି ଭାବେ ପୂର୍ବତନ ସାଂସଦ ବଳଭଦ୍ର ମାଝି,ମାଲକାନଗିରି ପ୍ରଭାରୀ କାଳିରାମ ମାଝି, ପୂର୍ବତନ ଉପବାଚସ୍ପତି ପ୍ରହ୍ଲାଦ ଦୋରା, ପୂର୍ବତନ ସଭାପତି ଗୁରୁଚରଣ ମହାନ୍ତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନିମାଇ ଚନ୍ଦ୍ର ପୋଲ,ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦଶରଥ ପଡିଆମି, ବରିଷ୍ଠ ନେତା ଶ୍ୟାମଲ ସୁନାନି, ପଡିଆ ବ୍ଲକ ଅଧ୍ୟକ୍ଷ ଦେବ ପଡିଆମି ପ୍ରମୁଖ ଉପସ୍ଥିତ ଥିଲେ।

ଅତିଥିମାନେ ସ୍ୱର୍ଗତଃ ବାଜପେୟୀଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ। ସେ ପ୍ରଧାନମନ୍ତ୍ରୀ ଥିବା ସମୟରେ ତାଂକର ସୁଶାସନକୁ ଆଜି ବି ଲୋକେ ପ୍ରଶଂସା କରୁଛନ୍ତି। ଦେଶ ପାଇଁ ତାଂକର ଅବଦାନ ଅତୁଳନୀୟ ବୋଲି କୁହାଯାଇଥିଲା। ଜିଲ୍ଲାର ଶତାଧିକ କର୍ମୀ ଏବି କାର୍ଯ୍ୟକ୍ରମରେ ଯୋଗ ଦେଇ ବାଜପେୟୀଙ୍କ ପଥ ଅନୁକରଣ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। କୃଷକମାନଙ୍କ ପାଇଁ ବିଜେପି ସରକାର ଆଣିଥିବା ଆଇନ ସଂପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା। ବିରୋଧୀ ଦଳ କିଛି ନବୁଝି କେବଳ ଆଇନକୁ ବିରୋଧ କରୁଛନ୍ତି ବୋଲି କୁହାଯାଇଥିଲା।କୃଷକଙ୍କର ହିତ ପାଇଁ ହିଁ ଏହି ଆଇନ ଅଣାଯାଇଛି ବୋଲି କୁହାଯାଇଛି। ଆଗାମୀ ପୌର ନିର୍ବାଚନ ଏବଂ ପଞ୍ଚାୟତ ନିର୍ବାଚନରେ ପୂର୍ବଭଳି ନିଜର ବିଜୟଧାରାକୁ ବଜାୟ ରଖିବା ପାଇଁ ସମସ୍ତେ ଏକଜୁଟ ହୋଇକାମ କରିବାକୁ ଆହ୍ବାନ କରାଯାଇଛି।

 

ସମ୍ବନ୍ଧିତ ଖବର