ସୁନ୍ଦରଗଡ଼: ସୁନ୍ଦରଗଡ଼ ଜ଼ିଲ୍ଲା ସରକାରୀ ଆଇନଜୀବୀ (ପବ୍ଲିକ ପ୍ରସିକ୍ୟୁଟର) ଅବଦୁଲ ସମିମ ଅଖତର ହେବେ ଜିଲ୍ଲା ଜଜ। ସେ ନିକଟରେ ଅନୁଷ୍ଠିତ ଜିଲ୍ଲା ଜଜ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ୧୯୮୨ରେ ଭୁବନେଶ୍ବର ପଟିଆ ନିକଟ ନନ୍ଦନବିହାରରେ ଜନ୍ମଗ୍ରହଣ କରିଥିବା ଅବଦୁଲ ସମିମ ୨୦୦୬ରେ ଏଲଏଲବିରେ କୃତକାର୍ଯ୍ୟ ହେବା ପରେ କଟକ ବାର୍ରେ ଯୋଗ ଦେଇ ଆଇନଜୀବୀ ବୃତ୍ତିକୁ ଆପଣେଇଥିଲେ। ୨୦୧୯ ଜୁଲାଇ ୨୯ରେ ସେ ସରକାରୀ ଆଇନଜୀବୀ ପରୀକ୍ଷାରେ ଟପର୍ ହୋଇ ସୁନ୍ଦରଗଡ଼ ଜିଲ୍ଲାରେ ପ୍ରଥମ କରି ସରକାରୀ ଓକିଲ ଭାବେ ଯୋଗ ଦେଇଥିଲେ। ଏବେ ଜିଲ୍ଲା ଜଜ୍ ରୂପେ ତାଙ୍କ ସଫଳତାକୁ ନେଇ ସୁନ୍ଦରଗଡ଼ ଜ଼ିଲ୍ଲା ଆଇନଜୀବୀ ମହଲରେ ଆନନ୍ଦର ଲହରୀ ଖେଳିଯାଇଛି। ଏହି ଅବସରରେ ଜି. ପି ପ୍ରଦୀପ ମହାପାତ୍ର, ସ୍ୱତନ୍ତ୍ର ପିପି ସୁନ୍ଦରଲାଲ ବେହେରା, ଅତିରିକ୍ତ ପିପି ପ୍ରଶାନ୍ତ ପଟେଲ, ଅତିରିକ୍ତ ପିପି ଅଶୋକ ସ୍ୱାଇଁ, ଏପିପି କୀର୍ତିକୃଷ୍ଣ ସାମନ୍ତରାୟ, ମାଳି ଟପ୍ପୋ, ଜଗତ ବଲ୍ଳଭ ପଟ୍ଟନାୟକ, ପ୍ରତିମା ମିଶ୍ର, ପ୍ରିୟମ୍ବଦା ନାଏକ, ତନୁଜା ମହାନ୍ତି, ଅନୁସୟା ନାଏକ, କବିତା ମଞ୍ଜରୀ ହୋତା, ଦୁଲାରୀ ନାଗ ପ୍ରମୁଖ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ସୁନ୍ଦରଗଡ଼ର ବରିଷ୍ଠ ଆଇନଜୀବୀ ହେବେ ଜିଲ୍ଲା ଜଜ୍
/sambad/media/post_attachments/wp-content/uploads/2023/03/2ac4e7ec-6c6d-4bc7-a208-8781ebd75552.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)