ଚନ୍ଦାହାଣ୍ଡି: ନବରଂଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକର ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ କାର୍ତ୍ତିକ ଚନ୍ଦ୍ର ବାଘଙ୍କ ପରଲୋକ ହୋଇଥିବା ଜଣାପଡିଛି । ସୂଚନାରୁ ପ୍ରକାଶ କାର୍ତ୍ତିକ ଚନ୍ଦ୍ର ବାଘ ଆଜି ସକାଳେ ନିଜ ବାଇକ୍‌ ଯୋଗେ ଚନ୍ଦାହାଣ୍ଡି ଆସୁଥିବା ବେଳେ ଚନ୍ଦାହାଣ୍ଡି କେନାଲ ନିକଟରେ ଅନ୍ୟ ଏକ ବାଇକ ସହ ଧକ୍କା ହେବାରୁ ସେ ପଡିଯାଇ ଗୁରୁତର ଆହତ ହୋଇ ଚେତାଶୂନ୍ୟ ହୋଇଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଚନ୍ଦାହାଣ୍ଡି ଗୋଷ୍ଠୀ ଚିକିତ୍ସାଳୟରେ ଭର୍ତ୍ତି କରିଥିବା ବେଳେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହେବା ସହ କାନ ପଟୁ ରକ୍ତ ଶ୍ରାବ ବନ୍ଦ ହେଉନଥିବାରୁ ଡାକ୍ତର ମନୀଷ ପୁରୋହିତ ପ୍ରାଥମିକ ଚିକିତ୍ସା ପରେ କୋରାପୁଟ ଏସ ଏନ ଏଲ ମେଡିକାଲ କଲେଜକୁ ସ୍ଥାନାନ୍ତର କରିଥିଲେ । ତେବେ କୋରାପୁଟରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।