ବାରିପଦା: ଆରଡିଏସି ସ୍ଵେଚ୍ଛାସେବୀ ସଂଗଠନ ଦ୍ଵାରା ପରିଚାଳିତ ବରିଷ୍ଠ ନାଗରିକ ଗୃହରେ ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି। ଜିଲ୍ଲା ନ୍ୟାୟିକ ସେବା ପ୍ରାଧିକରଣ ଓ ଜିଲ୍ଲା ସାମାଜିକ ସୁରକ୍ଷା କାର୍ଯ୍ୟାଳୟର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ବରିଷ୍ଠ ନାଗରିକ ଦିବସରେ ଆର୍‌ଡିଏସିର ସମ୍ପାଦକ ବିଜୟ ବେହେରା ସଂଯୋଜନା କରିଥିଲେ। ଜିଲ୍ଲା ନ୍ୟାୟିକ ପ୍ରାଧିକରଣର ସମ୍ପାଦକ ସୌମ୍ୟ ସ୍ୱରୂପ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।

Advertisment

publive-image Sambad

ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ନାରାୟଣ ବେହେରାଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ କୁସୁମବାଳା ମିଶ୍ର, ବାରିପଦା ତହସିଲଦାର ରାମଚନ୍ଦ୍ର ସୋରେନ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଆଶ୍ରମର ଅନ୍ତେବାସୀଙ୍କୁ ନୂତନ ବସ୍ତ୍ର ବଣ୍ଟନ କରାଯାଇଥିଲା। ପ୍ରକଳ୍ପର ପ୍ରଶାସିକା ବିଦ୍ୟୁତ୍‌ଭା ନାୟକ, ଅନୁଷ୍ଠାନର ଅଧୀକ୍ଷକ ମାନସୀ ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।