ଭବାନୀପାଟଣା : ସାଇବର ଠକଙ୍କ ହାବୁଡ଼ରେ ପଡି ୨ ଲକ୍ଷ ୬୫ ହଜାର ଟଙ୍କା ହରାଇଛନ୍ତି ଭବାନୀପାଟଣା ଶର୍ମା କଲୋନୀର ବରିଷ୍ଠ ନାଗରିକ ଗଙ୍ଗାଧର ସୁବୁଦ୍ଧି ଓ ତାଙ୍କ ପତ୍ନୀ । ଗତ ଶନିବାର ମଧ୍ୟାହ୍ଣ ୧୨ଟାରେ ଜିଓ ଫୋନ କଷ୍ଟମର କେୟାରରୁ କହୁଛି କହି କିଛି ସମସ୍ୟା ଅଛି କି ପଚାରି ଥିଲା ଜଣେ ଅଜଣା ବ୍ୟକ୍ତି । ସମସ୍ୟାର ସମାଧାନ କରିଦେବ କହି ସୁବୁଦ୍ଧିଙ୍କଠାରୁ କେତେକ ବ୍ୟକ୍ତିଗତ ତଥ୍ୟ ମାଗିଥିଲା । ସବିଶେଷ ତଥ୍ୟ ଦେଇ କେତେକ ନିର୍ଦ୍ଦେଶାବଳୀ ପାଳନ କଲେ ତାଙ୍କୁ ମାଗଣା ଫୋନ ଓ ୨୦ ହଜାର ଟଙ୍କା ପୁରସ୍କାର ମିଳିବ ବୋଲି ଲୋଭ ଦେଖାଇଥିଲା । ଉକ୍ତ ଦମ୍ପତ୍ତି ନିଜର କେତେକ ବ୍ୟକ୍ତିଗତ ତଥ୍ୟ ଦେବା ପରେ ଠକ ତାଙ୍କ ବ୍ୟାଙ୍କ ଖାତାରୁ ଗୁଗୁଲ ପେ ମାଧ୍ୟମରେ ମୋଟ ୧ ଲକ୍ଷ ୪୫ ହଜାର ଟଙ୍କା ତାଙ୍କ ପତ୍ନୀଙ୍କ ବ୍ୟାଙ୍କ ଖାତାରୁ ୧ ଲକ୍ଷ ୨୦ ହଜାର ଟଙ୍କା ଉଠାଇ ନେଇଥିଲା । ଫଳରେ ଉକ୍ତ ଦମ୍ପତ୍ତିଙ୍କ ଖାତାରୁ ମୋଟ ୨ ଲକ୍ଷ ୬୫ ହଜାର ଟଙ୍କା ଗାଏବ ହୋଇଯାଇଛି ।
ଗଙ୍ଗାଧର ଏହି ଘଟଣା ସମ୍ପର୍କରେ କଳାହାଣ୍ଡି ଏସପିଙ୍କ ସାଇବର ସେଲକୁ ଜଣାଇବା ସହ ଗତ ୯ ତାରିଖରେ ଭବାନୀପାଟଣା ଟାଉନ ଥାନାରେ ଏତଲା ଦେଇଛନ୍ତି। ଏହି ଘଟଣା ସମ୍ପର୍କରେ ସବୁ ବ୍ୟାଙ୍କ ଓ ଅପରେଟର ସେବାକୁ ଯୋଗାଯୋଗ କରିବା ସହ ତଦନ୍ତ ଜାରି ଥିବା ଟାଉନ ଥାନା ଅଧିକାରୀ ସତ୍ୟ କୁମାର ନନ୍ଦ ସୂଚନା ଦେଇଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/Senior-Citizens-Are-Targeted-of-Cyber-Criminals_Thumbnail_2.jpg)