ଖୋର୍ଦ୍ଧା ଜିଲ୍ଲାରୁ ତୀର୍ଥଯାତ୍ରାରେ ବାହାରିଲେ ୧୯୩ ବରିଷ୍ଠ ନାଗରିକ

ଖୋର୍ଦ୍ଧା: ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ ବରିଷ୍ଠ ନାଗରିକଙ୍କ ପର୍ଯ୍ୟଟନ ଯାତ୍ରାରେ ଗୁରୁବାର ୧୯୩ଜଣ ବରିଷ୍ଠ ନାଗରିକଙ୍କୁ ନେଇ ଏକ ବସ୍ ଭୁବନେଶ୍ୱର ରେଳଷ୍ଟେସନରେ ପହଞ୍ଚିଥିଲା। ଗତକାଲି ଜିଲ୍ଲା ସଂସ୍କୃତି ଭବନ ଠାରେ ସକାଳେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଳାପାଳ କେ. ସୁଦର୍ଶନ ଚକ୍ରବର୍ତୀ, ସ୍ଥାନୀୟ ବିଧାୟକ ଜ୍ୟୋତିରୀନ୍ଦ୍ର ନାଥ ମିତ୍ର, ବେଗୁନିଆ ବିଧାୟକ ରାଜେନ୍ଦ୍ର ସାହୁ ପ୍ରମୁଖ ସବୁଜ ପତାକା ଦେଖାଇ ତୀର୍ଥଯାତ୍ରୀ ବସର ଶୁଭାରମ୍ଭ କରିଥିଲେ। ଏନେଇ ପର୍ଯ୍ୟଟନ ଅଧିକାରୀ ମୀରାବାଇ ବେହେରା କହିଛନ୍ତି ଯେ କରୋନା କଟକଣା ଯୋଗୁଁ ଦୁଇବର୍ଷ ଧରି ବରିଷ୍ଠ ନାଗରିକଙ୍କ ତୀର୍ଥଯାତ୍ରା କାର୍ଯ୍ୟକ୍ରମ ବନ୍ଦ ରହିଥିଲା। ୨୦୧୯-୨୦ରେ ତୀର୍ଥ ଯାତ୍ରା ପାଇଁ ଆବେଦନ କରିଥିବା ୧୯୩ ଜଣ ବରିଷ୍ଠ ନାଗରିକଙ୍କୁ ନେଇ ଆଜି ଏକ ସ୍ୱତନ୍ତ୍ର ବସ ଭୁବନେଶ୍ୱର ଷ୍ଟେସନରେ ପହଞ୍ଚିବ।

ସେଠାରୁ ସରକାରଙ୍କ ସ୍ଥିରୀକୃତ ଟ୍ରେନ୍ରେ ପ୍ରୟାଗ, ବାରଣାସୀ ଆଦି ତୀର୍ଥକ୍ଷେତ୍ର ଭ୍ରମଣ କରିବେ। ବରିଷ୍ଠ ନାଗରିକଙ୍କ ଯାତ୍ରାରେ ସୁବିଧା ପାଇଁ ୬ଜଣଙ୍କୁ ସ୍ୱତନ୍ତ୍ର ଭାବେ ଦାୟିତ୍ୱ ଦିଆଯାଇଛି। ତୀର୍ଥଯାତ୍ରା ବସ୍ର ଶୁଭାରମ୍ଭ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ସାଫଲ୍ୟମଣ୍ଡିତ ପ୍ରଧାନ, ଉପଜିଲ୍ଲାପାଳ ଦୀପ୍ତିରଞ୍ଜନ ସେଠୀ, ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଜ୍ୟୋତ୍ସ୍ନାରାଣୀ ଆଚାର୍ଯ୍ୟଙ୍କ ସହ ଅନ୍ୟ ସରକାରୀ କର୍ମଚାରୀ ଓ ଅଧିକାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର