ଫୁଟବଲ ଖେଳ ଦେଖି ଯାଇ ବୃଦ୍ଧ ଦମ୍ପତ୍ତି ନିଖୋଜ, ମିଳିଲା ରକ୍ତଭିଜା ସାର୍ଟ-ଭଙ୍ଗା ଚୁଡ଼ି

ବାରିପଦା: ଫୁଟବଲ ଖେଳ ଦେଖି ଯାଇ ବୃଦ୍ଧ ଦମ୍ପତ୍ତି ନିଖୋଜ ହୋଇଯାଇଛନ୍ତି। ରକ୍ତଭିଜା ସାର୍ଟ ଓ ଭଙ୍ଗା ଚୁଡ଼ି ସୋମବାର ମିଳିଛି। ଏ ନେଇ ବୃଦ୍ଧ ଦମ୍ପତ୍ତିଙ୍କ ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ଥାନାରେ ଏତଲା ଦାୟର ହୋଇଛି। ମୟୂରଭଞ୍ଜ ଜିଲ୍ଲାର କପ୍ତିପଦା ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

ସୂଚନା ଅନୁସାରେ ସୀତାରାମ ସାହିର ସୀତାରାମ ସିଂ(୬୨) ଓ ତାଙ୍କ ସ୍ତ୍ରୀ ଲେତି ରବିବାର ଛତ୍ରାମ୍‌ରେ ଆୟୋଜିିତ ଫୁଠବଲ ମ୍ୟାଚ୍‌ ଦେଖିବାକୁ ଯାଇଥିଲେ। ମାତ୍ର ସନ୍ଧ୍ୟା ହେବା ପରେ ମଧ୍ୟ ସେମାନେ ଘରକୁ ଫେରି ନ ଥିଲେ। ଫଳରେ ପରିବାର ଲୋକେ ବ୍ୟସ୍ତ ହୋଇ ଆଖପାଖ ଅଞ୍ଚଳରେ ବହୁ ଖୋଜାଖୋଜି କରିଥିଲେ କିନ୍ତୁ ବୃଦ୍ଧ ଦମ୍ପତ୍ତିଙ୍କ କୌଣସି ସନ୍ଧାନ ମିଳି ନ ଥିଲା।

ପରିବାର ଲୋକେ ଆଜି ପୂର୍ବାହ୍ଣରେ ସୀତାରାମଙ୍କ ରକ୍ତ ଭିଜା ସାର୍ଟ ଓ କିଛି ଭଙ୍ଗା ଚୁଡ଼ି ସହ ରକ୍ତ ଛିଟା ଦେଖିବାକୁ ପାଇଥିଲେ। ଏନେଇ କପ୍ତିପଦା ଥାନାରେ ପରିବାର ଲୋକେ ଏତଲା ଦେଇଛନ୍ତି। ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ କରୁଛି।

ଏସ୍‌ଡିପିଓ ସ୍ୱପ୍ନରଞ୍ଜନ ମହାପାତ୍ରଙ୍କ ନିର୍ଦ୍ଦେଶରେ କପ୍ତିପଦା ଥାନା ଅଧିକାରୀ ରାନୀ ବେହେରାଙ୍କ ନେତୃତ୍ୱରେ ଏକ ପୁଲିସ ଟିମ୍‌ ନିକଟସ୍ଥ ସୋନ ଡ୍ୟାମ ଓ ଜଙ୍ଗଲରେ ତଦନ୍ତ ଜାରି ରଖିଛି। ପୁଲିସ ପ୍ରାଥମିକ ତଦନ୍ତରୁ ଦମ୍ପତ୍ତିଙ୍କୁ ହତ୍ୟା କରାଯାଇ ଥାଇ ପାରେ ବୋଲି ଅନୁମାନ କରୁଛି।

ସମ୍ବନ୍ଧିତ ଖବର