ରାଇରଙ୍ଗପୁର/ଗୋରୁମହିଷାଣୀ: ମୟୂରଭଂଜ ଜିଲ୍ଲା ବାମନଘାଟି ଉପଖଣ୍ଡ ରାଇରଙ୍ଗପୁର ବ୍ଲକ ଗୋରୁମହିଷାଣୀ ନିକଟସ୍ଥ ବଡ଼ମଉଦା ଗ୍ରାମର ବରିଷ୍ଠ ସାମ୍ବାଦିକ ରୁଦ୍ରନାରାୟଣ ମହାନ୍ତି (୮୯)ଙ୍କ ଆକସ୍ମିକ ପରଲୋକ ହୋଇଯାଇଛି। ସ୍ବର୍ଗତ ମହାନ୍ତି ସକାଳୁ ନିତ୍ୟକର୍ମ ସାରି ଜଳଖିଆ ଖାଇବା ପରେ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ତୁରନ୍ତ ଗୋରୁମହିଷାଣୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ସେଠାରେ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ରାଇରଙ୍ଗପୁର ଉପଖଣ୍ଡ ଚିକତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।
ସ୍ବର୍ଗତ ମହାନ୍ତି ଜଣେ ମିଷ୍ଟଭାଷୀ ଓ଼ ପରପୋକାରୀ ବ୍ୟକ୍ତି ଭାବେ ଅଂଚଳରେ ବେଶ ପରିଚିତ ଥିଲେ। ସାମ୍ବାଦିକତାକୁ ନିଶା ଭାବେ ଗ୍ରହଣ କରି ଅନେକ ଅସହାୟଙ୍କୁ ସହାୟତା କରିଥିଲେ। ତାଙ୍କ ଆକସ୍ମିକ ପରଲୋକରେ ମୟୂରଭଞ୍ଜ ଜିଲ୍ଲା ସାମ୍ବାଦିକ ସଂଘ ଓ଼ ବାମନଘାଟି କରଣ ସମାଜ ପକ୍ଷରୁ ଗଭୀର ଶୋକ ପ୍ରକାଶ ସହିତ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଯାଇଛି। ରାଇରଙ୍ଗପୁର ହସ୍ପିଟାଲ ଓ଼ ତାଙ୍କ ପୈତୃକ ଗ୍ରାମ ବଡମଉଦାରେ ଅନେକ ଶୁଭେଛୁ ତାଙ୍କ ଶେଷ ଦର୍ଶନ କରିଛନ୍ତି। ଗ୍ରାମ ଶ୍ମାସାନରେ ତାଙ୍କର ଅନ୍ତେଷ୍ଟି କ୍ରିୟା କରାଯାଇଛି। ସୂଚନଯୋଗ୍ୟ ଯେ ୧୮ଦିନ ପୂର୍ବରୁ ଗତ ଜୁଲାଇ ମାସ ୨୧ ରେ ତାଙ୍କ ଧର୍ମପତ୍ନୀ କାଞ୍ଚନବାଳା ମହାନ୍ତିଙ୍କ ପରଲୋକ ହୋଇଥିଲା।