ଚୋରୀ ସନ୍ଦେହରେ ବୃଦ୍ଧାଙ୍କୁ ନିର୍ମମ ହତ୍ୟା, ଅଭିଯୁକ୍ତ ଅଟକ

ଭଞ୍ଜନଗର/ବ୍ରହ୍ମପୁର: ସୋରଡା ଥାନା ଅନ୍ତର୍ଗତ ଅମୃତୁଲୁ ଗ୍ରାମରେ ଶନିବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଚୋରୀ ସନ୍ଦେହରେ ଜଣେ ବୃଦ୍ଧାଙ୍କୁ ନିର୍ମମ ହତ୍ୟା କରାଯାଇଛି। ମୃତକ ଜଣକ ହେଲେ ସ୍ୱର୍ଗତ ମଙ୍ଗୁଳୁ ଦାସଙ୍କ ପତ୍ନୀ ମନାସ ଦାସ (୬୦)। ଏହି ହତ୍ୟା ମାମାଲାରେ ସୋରଡା ପୁଲିସ ଅଭିଯୁକ୍ତ ସନ୍ତୋଷ ନାୟକକୁ ଥାନାରେ ଅଟକ ରଖି ପଚାରାଉଚୁରା କରୁଥିବା ନେଇ ଆସିକା ଏସଡିପିଓ ସୂର୍ଯ୍ୟମଣି ପ୍ରଧାନ ସୂଚନା ଦେଇଛନ୍ତି।

ସୂଚନା ଅନୁଯାୟୀ, ମନାସଙ୍କ ସ୍ୱାମୀଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ବଡ ପୁଅ ନିଜ ପରିବାର ସାଙ୍ଗରେ ଭଞ୍ଜନଗରରେ ଠାରେ ରହୁଛନ୍ତି। ମନାସ ଅମୃତୁଲୁ ଗ୍ରାମରେ ସାନ ପୁଅ ସୀମାଞ୍ଚଳ ଦାସ ସହିତ ରହିଆସୁଥିଲେ। ମନାସଙ୍କ ପଡୋଶୀ ଘରେ ବିପ୍ର ନାୟକଙ୍କ ପରିବାର ରହୁଛନ୍ତି। ବିପ୍ରଙ୍କ ଘରୁ ଶୁକ୍ରବାର ରାତି ସୁନା ଚୋରୀ ଯାଇଥିବା ବେଳେ ଆଜି ସକାଳୁ ଗାଁରେ ଚର୍ଚ୍ଚା ହୋଇଥିଲା। ଏହି ଚୋରୀ ପଡୋଶୀ ମନାସ କରିଥିବା ନେଇ ବିପ୍ରଙ୍କ ପୁଅ ସନ୍ତୋଷ ଅଭିଯୋଗ ଆଣିଥିିଲେ। ଏନେଇ ସକାଳ ୮ଟା ବେଳେ ସନ୍ତୋଷ ମନାସଙ୍କ ଘର ସମ୍ମୁଖରେ ଆସି ଗାଳିଗୁଲଜ କରିବା ସହ ମାରିଦେବାର ଧମକ ଦେଇଥିଲେ। ମନାସଙ୍କ ପୁଅ ଘରେ ନଥିବା ବେଳେ ପୁଣି ଗାଳିଗୁଲଜ କରିବାରୁ ଏହାକୁ ବିରୋଧ କରିଥିଲେ। ଏହାର କିଛି ସମୟ ମଧ୍ୟରେ ସନ୍ତୋଷ ଗୋଟିଏ ଖଣ୍ଡାରେ ମନାସକୁ ହତ୍ୟା କରିଥିଲେ।

ଘଟଣା କ୍ଷଣିକ ମଧ୍ୟରେ ଘଟିଯାଇଥିବା ବେଳେ ଗ୍ରାମବାସୀ ଏଥିରେ ଚକିତ ହୋଇଯାଇଥିଲେ। ସାନ ପୁଅ ଆସି ଦେଖିବା ବେଳକୁ ମନାସ ଘର ବାହାରେ ରକ୍ତାକ୍ତ ଅବସ୍ଥାରେ ପଡିଥିଲେ। ଘଟଣାସ୍ଥଳରେ ମନାସଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ଖବର ପାଇ ସୋରଡା ଥାନା ଅଧିକାରୀ ପ୍ରଭାତ କୁମାର ସାହୁ ଓ ଏସଡିପିଓ ଶ୍ରୀ ପ୍ରଧାନ ଘଟଣାସ୍ଥଳରେ ପହଞ୍ଚିଥିଲେ।

ସମ୍ବନ୍ଧିତ ଖବର