ସେଣ୍ଟ ପଲ୍‌ସ ଜିତିଲା ପ୍ରି-ସୁବ୍ରୋତୋ କପ୍‌ ଫୁଟବଲ

ରାଉରକେଲା: ସିଆଇଏସ୍‌ଇ ଆୟୋଜିତ ଜାତୀୟସ୍ତରୀୟ ପ୍ରି-ସୁବ୍ରୋତୋ କପ୍‌ ଫୁଟବଲ ପ୍ରତିଯୋଗିତାରେ ରାଉରକେଲାସ୍ଥ ସେଣ୍ଟ ପଲ୍‌ସ ସ୍କୁଲ ଚାମ୍ପିଅନ ହୋଇ ନୂଆ ରେକର୍ଡ ସୃଷ୍ଟି କରିଛି। ବିଜୟୀ ଦଳକୁ ଅନୁଷ୍ଠାନର ଅଧ୍ୟକ୍ଷ ତଥା ସିଆଇଏସ୍‌ଇର ସମ୍ପାଦକ ତଥା କୋଷାଧ୍ୟକ୍ଷ ଫାଦର ଏସ. ଯୋସେଫ୍‌ ଶୁଭେଚ୍ଛା ଜଣାଇଛନ୍ତି। ଏହି ପ୍ରତିଯୋଗିତା କୋଲକତାସ୍ଥ ସାଇ ପଡ଼ିଆରେ ଗତ ୨୭ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ଚାଲିଥିଲା। ପ୍ରକାଶଥାଉକି, ସେଣ୍ଟ୍‌ ପଲ୍‌ସ ଦଳ ସଂଘର୍ଷପୂର୍ଣ୍ଣ ଫାଇନାଲ ମ୍ୟାଚ୍‌ରେ ୧-୦ ଗୋଲ୍‌ରେ ବମ୍ବେ ସ୍କଟିସ୍‌(ମହାରାଷ୍ଟ୍ର)କୁ ପରାସ୍ତ କରି ବିଜୟୀ ହୋଇଥିଲା।

ସେହିଭଳି ସେମିଫାଇନାଲରେ ଦଳ ୩-୧ ଗୋଲ୍‌ରେ ଶ୍ରୀ ରାମ ସ୍କୁଲ(ନର୍ଥୱେଷ୍ଟ୍‌ ରିଜନ)କୁ ପରାସ୍ତା କରି ଫାଇନାଲ ସ୍ଥାନ ସୁରକ୍ଷିତ କରିଥିଲା। ଏହା ପୂର୍ବରୁ କ୍ବାର୍ଟର ଫାଇନାଲରେ ସେଣ୍ଟ୍‌ ପଲସ୍‌ ସ୍କୁଲ ୩-୦ରେ ସେଣ୍ଟ୍‌ ଫ୍ରାନ୍‌ସିସ କନଭେଣ୍ଟ୍‌ ସ୍କୁଲ(ପଞ୍ଜାବ)କୁ ପରାସ୍ତ କରିଥିବାବେବେଳ ଲିଗ୍‌ ମ୍ୟାଚ୍‌ରେ ୧-୦ ଗୋଲ୍‌ରେ ସେଣ୍ଟ୍‌ ଯୋସେଫ ସ୍କୁଲ(ଝାଡ଼ଖଣ୍ଡ), ୪-୦ ଗୋଲ୍‌ରେ ଫ୍ୟୁଚର କିଡ୍‌ସ ସ୍କୁଲ(ଆନ୍ଧ୍ରପ୍ରଦେଶ) ଓ ‌ଶେଷ ଲିଗ୍‌ ମ୍ୟାଚ୍‌ରେ ୫-୦ ଗୋଲ୍‌ରେ ସେଣ୍ଟ୍‌ ମାଇକେଲ୍‌ ଏକାଡେମୀ(ତାମିଲନାଡ଼ୁ)କୁ ପରାସ୍ତ କରିଥିଲା। ତେବେ ସେଣ୍ଟ୍‌ ଅଗଷ୍ଟିୟାନ(ପଶ୍ଚିମବଙ୍ଗ) ବିପକ୍ଷ ମ୍ୟାଚ୍‌ ଡ୍ର ରହିଥିଲା। ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟଅତିଥି ଗୌତମ ମୁଖାର୍ଜୀ, ସିଆଇଏସ୍‌ଇ ଚିଫ୍‌ ଏକଜିକ୍ୟୁଟିଭ୍‌ ସେକ୍ରେଟାରୀ ଗ୍ୟାରୀ ଆରାଥୁନ, ସେଣ୍ଟ୍‌ ପଲ୍‌ସ ସ୍କୁଲର ଅଧ୍ୟକ୍ଷ ତଥା ସିଆଇଏସ୍‌ଇ ସେକ୍ରେଟାରୀ ଓ କୋଷାଧ୍ୟକ୍ଷ ଫାଦର ଏସ୍‌. ଯୋସେଫ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର