ସୋର: ଦୁର୍ଘଟଣାଗ୍ରସ୍ତ କାରରୁ ଆହତଙ୍କୁ ଉଦ୍ଧାର ବେଳେ ପୁଲିସ ଗାଡ଼ିକୁ ଧକ୍କା ଦେଲା ଟ୍ରକ୍‌

ସୋର: ଗତକାଲି ରାତିରେ ବାଲେଶ୍ୱର ଜିଲ୍ଲା ସୋର ଥାନା ଅଞ୍ଚଳରେ ସିରଜ୍‌ ଦୁର୍ଘଟଣା ଘଟିିଛି। ଦୁର୍ଘଟଣାଗ୍ରସ୍ତ ଏକ କାରରୁ ଆହତଙ୍କୁ ଉଦ୍ଧାର ବେଳେ ପୁଲିସ ଗାଡ଼ିକୁ ଧକ୍କା ଦେଇଛି ଏକ ଟ୍ରକ୍‌। ଏହି ସିରିଜ ଦୁର୍ଘଟଣାରେ ୨ ଜଣ ଆହତ ହୋଇଥିବା ବେଳେ ପୁଲିସ ଗାଡ଼ି ସହିତ କାର, ଟ୍ରକ୍‌ ଚୁରମାର ହୋଇ ଯାଇଛି। ପୁଲିସ ଘଟଣାରର ତଦନ୍ତ ଆରମ୍ଭ କରୁଛି।


ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ୩ଟା ବେଳେ ବଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ଛପୋଲିଆ ନିକଟରେ ଓଡ଼ି୨୫ ସି ୦୦୮୮ ନମ୍ବର ବିଶିଷ୍ଟ ଏକ କାର ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଖବର ପାଇ ସୋର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। କାର ଭିତରେ ଦୁଇଜଣ ବ୍ୟକ୍ତି ଗୁରୁତର ଅବସ୍ଥାରେ ଥିବାରୁ ପୁଲିସ ସେମାନଙ୍କୁ କାରରୁ ଉଦ୍ଧାର କରି ଆମ୍ବୁଲାନ୍ସ ଡକାଇ କଟକ ବଡ଼ ଡାକ୍ତରଖାନାକୁ ପଠାଇବାର ବ୍ୟବସ୍ଥା କରିଥିଲା।ଏହି ସମୟରେ ଅନ୍ୟ ଏକ କାର ଦୃତଗତିରେ ଆସି ପୁଲିସ ବୋଲେରୋକୁ ଧକ୍କା ଦେଇଥିଲା।

ଗୁରୁତ୍ୱପୂଣ୍ଣ ହେଉଛି ଟ୍ରକ୍‌ ଧକ୍କାରେ ପୁଲିସ ଗାଡ଼ିଟି ଚୁରମାର ହୋଇଯାଇଥିିବା ବେଳେ ସମସ୍ତ ପୁଲିସ କର୍ମୀ ଦୁର୍ଘଟଣାଗ୍ରସ୍ତ କାରର ଆହତମାନଙ୍କୁ ଉଦ୍ଧାର ପାଇଁ ଲାଗିପଡ଼ିଥିବାରୁ ବୋଲେରୋରେ କେହି ନ ଥିଲେ। ଫଳରେ କୌଣସି ପୁଲିସ କର୍ମୀ ଆହତ ହୋଇ ନାହାଁନ୍ତି। ସେହିପରି ଏହି ଦୁର୍ଘଟଣା ପରେ ପରେ ଟ୍ରକ୍‌ଟି ଯାଇ ସୋର ଥାନା ନିକଟରେ ଅନ୍ୟ ଏକ ଟ୍ରକ୍‌କୁ ଧକ୍କାଦେଇଛି। ଫଳରେ ଟ୍ରକ୍‌ଟି ମଧ୍ୟ କ୍ଷତିଗ୍ରସ୍ତ ହୋଇଛି।

ସମ୍ବନ୍ଧିତ ଖବର