ସୁନ୍ଦରଗଡ଼: କୁହୁଡ଼ି ଯୋଗୁଁ ରାଜପଥରେ ବାଡେଇ ହେଲେ ୧୧ଟି ଗାଡ଼ି, ଜଣେ ମୃତ, ଏକାଧିକ ଆହତ

ସୁନ୍ଦରଗଡ଼: ଆଜି ସକାଳେ ସମଗ୍ର ସୁନ୍ଦରଗଡ଼ ଜିଲ୍ଲାରେ ଘନ କୁହୁଡ଼ି ଦେଖିବାକୁ ମିଳିଛି। ଏହି କୁହୁଡ଼ି ଯୋଗୁଁ ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ଥାନା ଗଡ଼ପୋଷ ଛକ ନିକଟରେ ୧୧ଟି ଗାଡ଼ି ପରସ୍ପରକୁ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଜଣଙ୍କୁ ଉଦ୍ଧାର କରି କୁତ୍ରା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅନ୍ୟ କେତେ ଜଣ ମଧ୍ୟ ଆହତ ହୋଇଛନ୍ତି।


ମିଳିଥିିବା ସୂଚନା ଅନୁଯାୟୀ, ଆଜି ସକାଳେ ସୁନ୍ଦରଗଡ଼ରେ ଏତେ ଘନ କୁହୁଡ଼ି ହୋଇଥିଲା ଯେ, ନିକଟରୁ ରାସ୍ତା ପରିସ୍କାର ଭାବେ ଦୃଶ୍ୟମାନ ହେଉ ନ ଥିଲା। ତେବେ କୁତ୍ରା ଥାନା ଅନ୍ତର୍ଗତ ଗଡ଼ପୋଷ ଛକରେ ଏହି କୁହୁଡ଼ି ଯୋଗୁଁ ୧୧ଟି ଗାଡ଼ି ମଧ୍ୟରେ ସିରିଜ୍‌ ଦୁର୍ଘଟଣା ଘଟିଛି। ଏଥିରେ ଅଟୋ, ଟ୍ରକ, ହାଇଓ୍ଵା, ପିକ୍‌ ଅପ୍‌ ଭ୍ୟାନ ପ୍ରଭୃତି ରହିଛି। ତେବେ ଏହି ଦୁର୍ଘଟଣାରେ ହାଇଓ୍ଵା ଡ୍ରାଇଭର ଗାଡ଼ି ଭିତରେ ଚାପି ହୋଇ ରହିଯିବା ସହିତ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ଗ୍ୟାସ କଟର ଯୋଗେ ହାଇଓ୍ଵାକୁ କାଟି ତାଙ୍କ ମୃତଦେହ ବାହାର କରାଯାଉଛି। ଅନ୍ୟ ଆହତମାନଙ୍କ ଉଦ୍ଧାର କରାଯାଇ କୁତ୍ରା ଡାକ୍ତରଖାନରେ ଭର୍ତ୍ତ କରାଯାଇଛି। ଘଟଣାସ୍ଥଳରେ ପୁଲିସ, ୧୦୮ ଆମ୍ବୁଲାନ୍ସ ଓ ଦମକଳ ଗାଡ଼ି ପହଞ୍ଚି ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି।

ସମ୍ବନ୍ଧିତ ଖବର