କେନ୍ଦୁଝର: କେନ୍ଦୁଝରରେ ଏକ ସିରିଜ୍ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି । ମିଳିଥିବା ସୂଚନା ମୁତାବକ କେନ୍ଦୁଝର ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥର ଶୁଆକାଟି ଫାଣ୍ଡି ତାରିଣୀ ମନ୍ଦିର ଛକ ନିକଟରେ ଏହି ସିରିଜ୍ ଦୁର୍ଘଟଣା ଘଟିଛି ।

Advertisment

କେନ୍ଦୁଝରରୁ ତେଲକୋଇ ଅଭିମୁଖେ ଯାଉଥିବା ଅମ୍ବା ନାମକ ଘରୋଇ ବସ୍ ପ୍ରଥମେ ବିପରୀତ ଦିଗରୁ ରଙ୍ଗ୍ ରୁଟରେ ଆସୁଥିବା ଏକ ଟ୍ରକକୁ ଧକ୍କା ଦେଇଥିଲା। ପରେ ଟ୍ରକଟି ଏକ ପିକଅପ୍ ଭ୍ୟାନ୍ ଓ ବୁଲେଟ୍ ମୋଟର୍ ସାଇକେଲକୁ ଧକ୍କା ଦେଇଥିଲା। ଫଳରେ ବୁଲେଟ୍ ଚଳାଉଥିବା ଆରୋହୀ ମୋଟର୍ ସାଇକେଲ୍ ମେକାନିକ୍ ଲମ୍ବୋଧର ମହାନ୍ତଙ୍କୁ ଘୋଷାଡି ନେଇଥିଲା | ଘଟଣାସ୍ଥଳରେ ତାଙ୍କର ଶୋଚନୀୟ ମୃତ୍ୟୁ ହୋଇଥିବା ବେଳେ ପଛରେ ବସିଥିବା ବରୁଣ ନାଏକ ଆହତ ହୋଇଥିଲେ ।