କୋମନା: ନୂଆପଡା ଜିଲ୍ଲା କୋମନା ଥାନା ଏନଏଚ ୩୫୩ର ଝାଲକୁସୁମ ଗାଁ ନିକଟରେ ସିରିଜ୍ ଦୁର୍ଘଟଣା ହୋଇଛି । ଝାଲକୁସୁମ ଗାଁ ପାଖରେ ଯାନ୍ତ୍ରିକ ତୢଟି ପାଇଁ ଠିଆ ହୋଇ ଥିଵା ଏକ ମାଲ ବୋଝେଇ ଟ୍ରକକୁ ଆଗ ପଟୁ ଓ ପଛ ପଟୁ ୨ଟି ଟ୍ରକ ପିଟି ଦେଇଛି ।
ଠିଆ ହୋଇ ଥିବା ଟ୍ରକର ସାମନା ଚୁରମାର ହୋଇ ଯାଇଥିବାବେଳେ ଜାତୀୟ ରାଜପଥରେ ରାତି ୪ଟାରୁ ଏଯାଏ ଯାନବାହାନ ଚଳାଚଳ ଠପ ହୋଇ ଯାଇଛି । ଗୁରୁତର ଅବସ୍ଥାରେ ଠିଆ ହୋଇ ଥିବା ଟ୍ରକର ଡ୍ରାଇଭରକୁ ଉଦ୍ଧାର କରି କୋମନା ମେଡିକାଲରେ ଭର୍ତ୍ତି କରାଯାଇଛି । ରାସ୍ତାରେ ଯାତାୟାତ ସ୍ୱାଭାବିକ କରିବାକୁ ପୁଲିସ ଉଦ୍ୟମ କରୁଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/3968fea8-3d32-46ad-ad79-0f1ac88f415e.jpg)