ବ୍ୟାପକ ପରିମାଣର ଦେଶୀ-ବିଦେଶୀ ମଦ ଜବତ, ୭ ଗିରଫ

ବ୍ୟାପକ ପରିମାଣର ଦେଶୀ-ବିଦେଶୀ ମଦ ଜବତ, ୭ ଗିରଫ

ବାଲେଶ୍ୱର: ଅବକାରୀ ଓ ପୁଲିସ ପକ୍ଷରୁ ବାଲେଶ୍ୱର ଜିଲ୍ଲାରେ ଚଢ଼ାଉ କରାଯାଇ ବ୍ୟାପକ ପରିମାଣରେ ଦେଶୀ-ବିଦେଶୀ ମଦ ଜବତ କରାଯାଇଛି। ସୋରୋ ପୁଲିସର ସହାୟତାରେ ଅବକାରୀ ବିଭାଗର କର୍ମଚାରୀମାନେ ସୋରୋ, ଖଇରା, କୁପାରୀ, ବରତନା, ହରିପୁର, ରୋତିନା ବାଉଁଶପାଳ ଓ ନୂଆଗାଁରେ ଚଢ଼ଉ କରାଯାଇଛି।

ଅବକାରୀ ବିଭାଗ ୮୫୦୦ ଲିଟର ବିଦେଶୀ ମଦ, ୩୬୪ ଲିଟର ଚୋରା ମଦ ଓ ୩.୬ ଲିଟର ସ୍ୱଦେଶୀ ବିଦେଶୀ ମଦ ଜବତ କରିଛି। ଅବକାରୀ ବିଭାଗ ୮ଟି ମାମଲା ରୁଜୁ କରି ବିଭିନ୍ନ ସ୍ଥାନରୁ ୬ ଜଣଙ୍କୁ ଗିରଫ କରିଛି।

publive-image

ନୀଳଗିରି ପୁଲିସ ସ୍ଥାନୀୟ ମରିଚି ଭେରାଇଟି ଷ୍ଟୋରରେ ଅତର୍କିତ ଚଢ଼ଉ କରି ପ୍ରମୋଦ ଦାସ (୨୫) ନାମରେ ଜଣେ ଯୁବକକୁ ଗିରଫ କରିଛି। ପୁଲିସ ଅଭିଯୁକ୍ତ ନିକଟରୁ ବିଭିନ୍ନ କଂପାନିର ୨୨ଲିଟର ବିଦେଶୀ ମଦ ଜବତ କରିଛି। ନୀଳଗିରି ଏସ୍‌ଡିପିଓ ଏହି ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe