ଛତିଶଗଡ଼ରେ ବର୍ଷାର ପୂର୍ବାନୁମାନ: ହୀରାକୁଦ ଜଳଭଣ୍ଡାରରେ ଖୋଲିଲା ୭ ଗେଟ

ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡ ଛତିଶଗଡ଼ରେ ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ହୀରାକୁଦ ଜଳଭଣ୍ଡାରରେ ଆଜି ୫ଟି ଗେଟ ଖୋଲାଯାଇଛି। ଏଥିସହିତ ଖୋଲାଥିବା ଗେଟ ସଂଖ୍ୟା ୭କୁ ବୃଦ୍ଧି ପାଇଛି।

ଜଳଭଣ୍ଡାରର ଜଳସ୍ତର ୬୦୨.୦୬ ଫୁଟରେ ପହଞ୍ଚିଛି। ପ୍ରତି ସେକେଣ୍ଡରେ ଜଳ ଭଣ୍ଡାରକୁ ୨୯ ହଜାର ୮୦୬ କ୍ୟୁସେକ ପ୍ରବେଶ, ୧ ଲକ୍ଷ ୧୭ ହଜାର ୬୦୨ କ୍ୟୁସେକ ନିଷ୍କାସିତ ହେଉଛି। ସ୍ପିଲୱେ ଦେଇ ୯୯୩୬୫ କ୍ୟୁସେକ, ପାୱାର ଚେନାଲରେ ୧୩ ହଜାର ୮୭୩ କ୍ୟୁସେକ, କେନାଲରେ ୪୧୯୪ କ୍ୟୁସେକ, କାରଖାନା ୧୭୦ କ୍ୟୁସେକ। ବୁର୍ଲା ପାୱାର ହାଉସରେ ୭୯.୯୫୮ ମେଗାୱାଟ, ଚିପିଲିମା ପାୱାର ହାଉସରୁ ୫୦.୭୫୦ ମେଗାୱାଟ ବିଜୁଳି ଉତ୍ପାଦିତ ହେଉଛି।

ଉପରମୁଣ୍ଡରେ ୧୩.୬୫ ଏମଏମ, ତଳମୁଣ୍ଡରେ ୨୪.୩୪ ବର୍ଷା ରେକର୍ଡ ହୋଇଛି। ଜଳଭଣ୍ଡାରର ବେଲଗାଁରେ ୧୨ ହଜାର କ୍ୟୁସେକ, ପଥର୍ଲା ୨୩ ହଜାର ୫୫୮ କ୍ୟୁସେକ, ଖଇରମାଲରେ ୭୬ହଜାର କ୍ୟୁସେକ, ବାରମୁଳରେ ୭୦ ହଜାର କ୍ୟୁସେକ ଏବଂ ମୁଣ୍ଡଳୀରେ ୯୭ ହଜାର ୮୦୦ କ୍ୟୁସେକ ପାଣି ପ୍ରବାହିତ ହେଉଛି।

ସମ୍ବନ୍ଧିତ ଖବର