ଘର ଭାଙ୍ଗିବା କାମରେ ଲାଗିଥିଲା ଜେସିବି, କାନ୍ଥ ଭୁଶୁଡି ୭ ଗୁରୁତର, ଜେସିବିରେ ନିଆଁ ଲଗାଇଲେ ଉତ୍ତ୍ୟକ୍ତ ଜନତା
ପୁଲିସ ଗାଡି ଭାଙ୍ଗି ରାଜପଥ ଅବରୋଧ, ଅତିରିକ୍ତ ତହସିଲଦାର ଅଟକ
କାମାକ୍ଷାନଗର: ଢ଼େଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ବଡ଼ସୋଆଳ ଗାଁ ଦେଇ ଭୁବନ କାମାକ୍ଷାନଗର ଯାଇଥିବା ଜାତୀୟ ରାଜପଥ ୫୩ ସମ୍ପ୍ରସାରଣ ବେଳେ ଘର କାନ୍ଥ ମାଡିବସି ୭ ଜଣ ଲୋକ ଗୁରୁତର ହୋଇଛନ୍ତି। ଏହି ଘଟରା ପରେ ଉତ୍ତେଜିତ ଲୋକେ ଜେସିବିରେ ନିଆଁ ଲଗାଇ ଦେଇଛନ୍ତି ଓ ଜାତୀୟ ରାଜପଥ ୫୩କୁ ଅବରୋଧ କରିଛନ୍ତି। ଘଟଣା ସ୍ଥଳରେ କାମାକ୍ଷାନଗର ଏସଡିପିଓ ସୁପ୍ରସନ୍ନ ମଲ୍ଲିକ ପହଂଚି ଲୋକଙ୍କୁ ବୁଝା ସୁଝା କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଗାଁର କାଳିଆ ଖଟୁଆ, ନୀଳମଣି ଖଟୁଆ ଓ ଧୀର ଖଟୁଆଙ୍କର ଘର ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଯାଇଛି। ଆଜି ଅପରାହ୍ଣ ୪ଟା ୩୦ ବେଳକୁ ଜେସିବି ଲଗାଇ ଏନଏଚଆଇ ବିଭାଗ ତରଫରୁ କାମ କରାଯାଉଥିଲା। ଜିଆର ଇନ୍ଫ୍ରା ଠାରୁ ବାଲାଜୀ କମ୍ପାନି ସଲେଟରେ ନେଇଛି କାମ। ଉଛେଦ ଚାଲିଥିବା ବେଳେ ଘର କାନ୍ଥ ପଡି ଘର ନିକଟରେ ଥିବା ୬ଜଣ ଛୁଆ ଥିବାବେଳେ ୨ଜଣ ମହିଳା ଥିଲେ। ସମସ୍ତଙ୍କୁ କାମାକ୍ଷାନଗର ଉପଖଣ୍ଡ ମେଡ଼ିକାଲରେ ପ୍ରଥମେ ଭର୍ତ୍ତି କରାଯାଇଥିଲା। ଗାଁରେ ଉତ୍ତେଜନା ଦେଖା ଦେଇଛି। ଅତିରିକ୍ତ ତହସିଲଦାର ଅନୁପମା ମୁର୍ମୁ ମାଜିଷ୍ଟ୍ରେଟ ଭାବେ ତାଙ୍କୁ ଲୋକମାନେ ଅଟକ ରଖିଥିଲେ। ଆହତମାନେ ହେଲେ ବଦ୍ରୀପ୍ରିୟା ଖଟୁଆ (୩୨ବର୍ଷ), ଖୁସି ଖଟୁଆ(୧୩ବର୍ଷ), ଲୁଇ ଖଟୁଆ(୧୧ବର୍ଷ), ଦିପୁନା ଖଟୁଆ (୯ବର୍ଷ), ନିଳିମା ଖଟୁଆ(୧୨ବର୍ଷ), ବବିତା ଖଟୁଆ(୩୫ବର୍ଷ), କାଜଲ ଖଟୁଆ(୧୬ବର୍ଷ), କ୍ରିଷ୍ଣା ଖଟୁଆ(୬ବର୍ଷ)।
ଗୁରୁତରମାନଙ୍କୁ ପରେ ଢ଼େଙ୍କାନାଳ ମୁଖ୍ୟ ଡାକ୍ତର ଖାନାକୁ ସ୍ଥାନାନ୍ତର କରାଯାଇଛି । ପରେ ରାତି ୬ଟା ୩୦ ବେଳକୁ କାମାକ୍ଷାନଗରରୁ ଅଗ୍ନିଶମ ବାହିନୀ ଆସି ଜେସିବି ନିଆଁ କୁ ଲିଭାଇ ଥିଲା। ଅଘଟଣ ଘଟିଲା ଏଥିପାଇଁ ଯେ ବିଭାଗ ଯେତିକି ଭାଙ୍ଗିବା କଥା ତାଠାରୁ ଅଧିକ ଭାଙ୍ଗିଲା। କାରଣ ଯେଉଁ ଲୋକମାନଙ୍କର ଘର ଜାତୀୟ ରାଜପଥ ୫୩ ସମ୍ପ୍ରସାରଣରେ ଯାଉଛି ପଛକୁ ଅଧିକ ଘର ଥିବା ବେଳେ ସେ ଯେତିକି ଯିବ ସେତିକି କ୍ଷତି ପୂରଣ ଦେଉଛି। ଲୋକମାନେ ସେହି ଘର ପାଖକୁ ଲାଗିଥିବା ଘରେ ରହୁଥିଲେ। ଆଜି ଏହି ଘର ଭାଙ୍ଗିବା ବେଳେ ଅନ୍ୟ ଘରେ ରହୁଥିବା ଲୋକଙ୍କୁ କୌଣସି ସୂଚନା ଦେଇନଥିଲେ, ଯାହାକି ଏତେ ବଡ଼ ଅଘଟଣ ଘଟିଥିଲା।