ଅବକାରୀ ଚଢ଼ଉ: ୭ ଗିରଫ

ରାଉରକେଲା: ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଅବକାରୀ ବିଭାଗ ବେଆଇନ ମଦ ବେପାର ଉପରେ ଅଙ୍କୁଶ ଲଗାଇବାରେ ଲାଗିଛି। ଗତ କିଛି ଦିନ ହେଲା ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଅତର୍କିତ ଚଢ଼ଉ କରାଯାଉଛି। ଆଜି ମଧ୍ୟ ଏହି କ୍ରମ ଦେଖିବାକୁ ମିଳିଥିଲା। ବ୍ରାହ୍ମଣୀତରଙ୍ଗ ଥାନାର ବିଭିନ୍ନ ଅଞ୍ଚଳରେ ଚଢ଼ଉ କରି ୧୮ ବୋତଲ ବିଦେଶୀ ମଦ ଓ ୧୩୮ ଲିଟର ଦେଶୀ ମଦ ଜବତ କରିଛି। ଏହାସହ ବେଆଇନଭାବେ ମଦ ବିକ୍ରି କରୁଥିବା ଅଭିଯୋଗରେ ୭ ଜଣଙ୍କୁ ଗିରଫ କରାଯାଇଛି। ଅବକାରୀ ଏସ୍‌ପି ଶେଖ୍‌ ଅଶ୍ରଫ୍‌ ଅଲ୍ଲୀଙ୍କ ‌ନିର୍ଦ୍ଦେଶରେ ତଥା ଅବକାରୀ ଇନ୍ସପେକ୍ଟର ସେହ୍ନଲତା ନାୟକଙ୍କ ନେତୃତ୍ବରେ ବିରକେରା, ଯମୁନାନାକୀ, କୁଆରମୁଣ୍ଡା, ବେଦବ୍ୟାସ ଆଦି ଅଞ୍ଚଳରେ ଚଢ଼ଉ କରାଯାଇଥିଲା।

ସମ୍ବନ୍ଧିତ ଖବର