୭ଟି ଚୋରି ବାଇକ୍‌ ଉଦ୍ଧାର, ୫ ଗିରଫ

ବଡ଼ବିଲ: କେନ୍ଦୁଝର ଜିଲ୍ଳା ବଡ଼ବିଲ ପୁଲିସ ୭ଟି ଚୋରି ବାଇକ୍‌ ଉଦ୍ଧାର କରିବା ସହ ୫ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ବଲାଣି ଥାନା ନିମତୁର ଗ୍ରାମର ହରଦୀପ ଧନୱାର (୨୦), ବଡ଼ବିଲ ଥାନା ବାରୁହଟିଂର ଗୋରଖା ଓରଫ ସନ୍ତୋଷ ମୁଣ୍ଡା (୩୬), ଠାକୁରାଣୀ ଟିସି କଲୋନିର ଶିବ କାରୁଆ (୨୬), ଠାକୁରାଣୀ ଦଲକିବସ୍ତିର ସାମୁଏଲ ମୁଣ୍ଡା (୨୦) ଓ ଠାକୁରାଣୀ ତଳହଟିଂର ସାନ ଓରଫ କରନ କାରୁଆ (୨୦)। ସମସ୍ତଙ୍କୁ ଆଜି କୋର୍ଟଚାଲାଣ କରାଯାଇଛି।

ବଡ଼ବିଲ ଥାନା ଠାକୁରାଣୀ, ନାଲଦା, କଳିଙ୍ଗନଗର, ଭଦ୍ରାସାହି ଅଞ୍ଚଳରୁୁ ଅନେକ ସମୟରେ ବାଇକ୍‌ ଚୋରି ହେବା ନେଇ ବଡ଼ବିଲ ଥାନାରେ ଅଭିଯୋଗ ହୋଇଥିଲା। ଚୋରି ଅଭିଯୋଗ ପରେ ଥାନା ଅଧିକାରୀ ସୁଶାନ୍ତ କୁମାର ଦାଶଙ୍କ ନିର୍ଦ୍ଦେଶକ୍ରମେ ତିନିଟି ସ୍ୱତନ୍ତ୍ର ଟିମ୍‌ ଗଠନ କରାଯାଇ ବାଇକ୍‌ ଚୋରଙ୍କ ଉପରେ କଡ଼ା ନଜର ରଖାଯାଇଲା। ୨ ତାରିଖଠାରୁ ପୁଲିସ ଟିମ୍‌ ବଡ଼ବିଲର ବିଭିନ୍ନ ସ୍ଥାନରେ ଚଢ଼ାଉ କରିବା ସହ ରାସ୍ତାରେ ଗାଡ଼ିିମୋଟର ଯାଞ୍ଚକୁ ତ୍ୱରାନ୍ଵିତ କରିଥିଲା। ଦୁଇଦିନ ମଧ୍ୟରେ ୭ଟି ଚୋରି ବାଇକ୍‌ ଉଦ୍ଧାର କରାଯିବା ସହ ବାଇକ୍‌ ଚୋରିରେ ସମ୍ପୃକ୍ତ ୫ ଜଣଙ୍କୁ ଗିରଫ କରାଯାଇଛି।

ସମ୍ବନ୍ଧିତ ଖବର