ଖାଲି ଆରବିକା ଫ୍ଲେବର ନୁହେଁ, କୋରାପୁଟ କଫିରେ ଆସିବ ଏକାଧିକ ନୂଆ ଫ୍ଲେବର 

କଫି ସହ ଚାଷ ହେବ ମସଲା, ସୁଗନ୍ଧିତ ଫୁଲ ଓ ଫଳ

କୋରାପୁଟ : କୋରାପୁଟ କଫିରେ ଆସି ପାରିବ ଏକାଧିକ କଫିର ଫ୍ଲେବର। କୋରାପୁଟ କଫିରେ ରହିଥିବା ଆରବିକା ଫ୍ଲ‌େବର ସହ କାପିଚିନୋ, ରୋବୁଷ୍ଟା, ଲିବରିକା ଓ ଏକ୍ସଲସା ଫ୍ଲ‌େବର ମଧ୍ୟ ଆସି ପାରିବ। କିନ୍ତୁ ପାଇଁ କୋରାପୁଟରେ ରହିଥିବା ଉଭୟ ସରକାରୀ ଓ ବେସକାରୀ ଚାଷୀ ଯତ୍ନବାନ ହେବା ଉଚିତ। ଏହି କଫିର ଫ୍ଲ‌େବର ଆଣିବାକୁ ହେଲେ କଫି ସହ ଅନ୍ୟ ସ୍ବାଦିଷ୍ଟ ଫସଲ କରିବାକୁ ପଡିବ। ଏଥିପାଇଁ କେନ୍ଦ୍ରୀୟ କଫି ବୋର୍ଡ ଓ ଷ୍ଟ‌େଟ କଫି ବୋର୍ଡ ମଦ୍ୟ ସମାନ ଭାବେ ଦାୟିତ୍ବ ରହିଛି। ବାଙ୍ଗାଲୋରରେ ରହିଥିବା କଫି ବୋର୍ଡର କୃଷି ବୈଜ୍ଞାନିକମାନେ ଏନେଇ ଗବେଷଣା କରୁଥିବା‌ବେଳେ କୋରାପୁଟ ଜିଲ୍ଲାର ଏହାର ପ୍ରୟ‌ୋଗଶାଳା ହେବ। ଏନେଇ ‌କଫି ବୋର୍ଡରୁ ସୂଚନା ମିଳିଥିବା‌ବେଳେ ୧୦୨୬ ଜଣ କଫି ଚାଷୀଙ୍କ ଜୀବିକା ଉନ୍ନତ ହେବାକୁ ଯାଉଛି। କୋରାପୁଟ କଫିରେ ଆରବିକ୍‌ ଫ୍ଲ‌େବର ରହିଥିବାରୁ ଏହାକୁ ଟାଟା କିଣିବାକୁ ମନସ୍ଥ କରିଥିଲା। ଏହାପରେ କୋରାପୁଟ ଜିଲ୍ଲାରେ ରହିଥିବା କଫିଚାଷୀଙ୍କ ଭାଗ୍ୟ ବଦଳିଥିଲା। ପ୍ରଥମେ ଏହାକୁ କୋରାପୁଟ କଫି ଭାବେ ବ୍ରା୍ଣ୍ଡିଂ କରାଯାଇଥିବାବେଳେ କୋରାପୁଟ ଜିଲ୍ଲାର ନାମ ସାରା ବିଶ୍ବରେ ପ୍ରସିଦ୍ଧ ହୋଇଥିଲା। ସେହିପରି କୋରାପୁଟରେ କାପିଚିନୋ, ରୋବୁଷ୍ଟା, ଲିବରିକା ଓ ଏକ୍ସଲସା ଫ୍ଲ‌େବର କଫି ଉତ୍ପାଦନ ହୁଏ ତେବେ ଜିଲ୍ଲାରେ ରହିଥିବା ଚାଷଙ୍କ ଭବିଷ୍ୟତ କିପରି ଉଜ୍ବଳ ହେବ ତାହା ଦେଖିବାକୁ ବାକି ରହିଛି।

ମିଳିଥିବାସୂଚନା ମୁତାବକ ଆରବିକା କଫି ଫ୍ଲ‌େବର ହେଉଛି ବିଶ୍ବର ସର୍ବପୁରାତନ କଫି, ଯାହା ପ୍ରଥମେ ଆରବରେ ଚାଷ ହୋଇଥିଲା। ସମୟକ୍ରମେ ଏହା ସାରା ବିଶ୍ବକୁ ଯାଇଥିଲା। ସେହି କଫିର ଚାଷରୁ ବିଭିନ୍ନ ଫ୍ଲ‌େବର ଉତ୍ପନ୍ନ ହୋଇଥିଲା।  କୋରାପୁଟରୁ ମିଳିଥିବା କଫି ମଧ୍ୟ ଏହି ଆରବିକ୍‌ କଫିର ଏକ ଅଂଶ। ତେବେ କୋରାପୁଟ ଜିଲ୍ଲାରେ ଅନ୍ୟ ଫ୍ଲ‌େବର ଉତ୍ପନ୍ନ ହୋଇପାରିବ। ଏଥିପାଇଁ କଫି ବାଡରେ ପଣଷ, ଅଳ‌େଇଚ, ଲବଙ୍ଗ, ତୁଳସୀ, ଅଦା, ବିଭିନ୍ନ ପ୍ରଜାତିର ଫୁଲ ଚାଷ, କାଜୁ, ବାଦାମ, ସପୁରୀ, ପିଜୁଳି, ଆମ୍ବ, ଗେଣ୍ଠୁଫୁଲ ଚାଷ, ବତାପି, ଆତାପି ସହ ବିଭିନ୍ନ ରକମର ଫଳ ଓ ଫୁଲ ଚାଷ କରାଯାଇପାରିବ। ଏହି ଫଳ ଓ ଫୁଲରୁ ପରାଗସଙ୍ଗମ ହୋଇ ବିଭିନ୍ନ ଫ୍ଲେବର ଉତ୍ପନ୍ନ ହୋଇପାରିବ। ସୁଗନ୍ଧ ରହିଥିବା ଫୁଲ ଓ ଫଳକୁ କଫି ବଗିଚାରେ ଚାଷ କରାଗଲେ ଏଥିରେ ସେହି ସୁଗନ୍ଧ ଆସିବ। ଯେପରି ଭାବେ କାପିଚିନୋ, ରୋବୁଷ୍ଟା, ଲିବରିକା ଓ ଏକ୍ସଲସା ଫ୍ଲ‌େବର ସୃଷ୍ଟି ହୋଇପାରିଥିଲା ସମାନ ସ୍ବାଗ ମଧ୍ୟ କୋରାପୁଟ କଫିରେ ଆସିପାରିବ। ଏନେଇ କୋରାପୁଟ ଜିଲ୍ଲା ପ୍ରଶାସନ ଯୋଜନା କରୁଥିବା ଜଣାପଡିଛି। କୋରାପୁଟ ଜିଲ୍ଲାର ସେମିଳିଗୁଡାରେ ୧୧୪ ହେକ୍ଟର, ଦଶମନ୍ତପୁର ବ୍ଲକରେତ ୫୪୦ ହେକ୍ଟର, ଲକ୍ଷ୍ମୀପୁରରେ ୩୦୩ ହେକ୍ଟର, ନନ୍ଦପୁରରେ ୩୫୨ ହେକ୍ଟର, କୋରାପୁଟରେ ୨୭୧ ହେକ୍ଟର, ବୋରିଗୁମ୍ମାରେ ୩୧ ଓ ପଟାଙ୍ଗୀରେ ୪୦ ହେକ୍ଟର ଜମିରେ ଚାଷ କରାଯାଉଛି। ଜିଲ୍ଲାରେ ୧୦୨୬ ଜଣ ଚାଷୀ ରହିଥିବାବ‌େଳେ ପ୍ରତି ଋତୁରେ ୧୧୦୦ ମେଟ୍ରିକ ଟନ୍‌ କଫି ଉତ୍ପାଦିତ ହୋଇଥାଏ। କୋରାପୁଟ ଜିଲ୍ଲାରେ ଗତ ୪ ବର୍ଷରେ ୧୪୮ ହେକ୍ଟର ଜମିରେ କଫି ଚାଷ କରାଯାଇଥିବାବେଳେ ପ୍ରାୟ ୧ କୋଟି ୫୫ ଲକ୍ଷ ଟଙ୍କା ବ୍ୟୟବରାଦ ହୋଇଥିବାବେଳେ ୮୧ ଲକ୍ଷ ୧୪ ହଜାର ଖର୍ଚ୍ଚ ହୋଇଛି। ଜିଲ୍ଲାରେ ୨୦୧୭ରୁ ଚଳିତବର୍ଷ ଯାଏ ୩୭୧ ନୂତନ ଚାଷୀଙ୍କୁ ଯୋଡାଯାଇଛି।

ଏନେଇ କଫି ଚାଷ ବିଶେଷଜ୍ଞ ସୂଜୟ ମିଶ୍ର କହିଛନ୍ତି ଯେ ବିନା ଦ୍ବିଧାରେ କହିପାରିବା ଯେ କୋରାପୁଟ କଫିର ଯେଉଁ ସ୍ବାଅଆସିଛି ତାହା ଆରବିକ୍‌ ଫ୍ଲେବର। ଏହି ଫ୍ଲେବର କେବଳ ପରାଗସଙ୍ଗମ ଯୋଗୁଁ ସମ୍ଭବ ହୋଇପାରିଛି। ଯଦି ବିଭିନ୍ନ ସୁଗନ୍ଧ ଥିବା ଫୁଲ ଓ ଫଳ ଚାଷ ମିଶ୍ରିତ ଭାବେ କରାଯାଏ ତେବେ ତାହାର ଫ୍ଲେବର ମଧ୍ୟ କଫିରେ ମିଳିବ। ତେବେ ଏହାକୁ ନେଇ ଚାଷୀ ଓ ସରକାର ଯୋଜନା କରିବା ଉଚିତ।

ଏନେଇ କଫି ବୋର୍ଡର ବରିଷ୍ଠ ଅଧିକାରୀ ଶ୍ରୀକାନ୍ତ କୁମାର ଦାସ କହିଛନ୍ତି ଯେ କୋରାପୁଟକଫିରେ ଯେଉଁ ଆରବିକା ଫ୍ଲେବର ଆସିଛି ତାହାକୁ ପ୍ରକୃତିର ଦାନ। ସେହିପରି ଆମେ କଫି ସହ ଅନ୍ୟ ସୁଗନ୍ଧିତ ଫୁଲ, ଫଳ ଓ ମସଲା ଜାତୀୟ ଉଦ୍ଭିଦ ମଧ୍ୟ କଫି ଚାଷ ସହ କରାଯିବା ଉଚିତ। ଏନଇେ ଆମେ ଯୋଜନା ପ୍ରସ୍ତୁତ କରୁଛୁ। ଚାଷୀଙ୍କୁ କଫି ସହ ଅନ୍ୟ ଫସଲ କରିବାକୁ କୁହାଯାଇଛି। ଏହା ଏକ ଦୀର୍ଘମିଆଦୀ ଚାଷ ହୋଇଥିବାରୁ ଏଥିପ୍ରତି ପର୍ଯ୍ୟାୟକ୍ରମେ ବ୍ୟବସ୍ଥା ଗ୍ରହଣ କରାଯାଉଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର