ଚାନ୍ଦବାଲି: ମହିଳାଙ୍କ ଦୁଇ ହାତ କଟା ମୃତଦେହ ଜବତ

ଚାନ୍ଦବାଲି: ଆଜି ସକାଳେ ତିହିଡ଼ି ଥାନା ଅନ୍ତର୍ଗତ ଗୋଳାପୋଖରି ଗାଁର ମାଳତୀ ସାହୁ( ୪୫ ବର୍ଷ) ନାମକ ଜଣେ ମହିଳାଙ୍କ ଦୁଇ ହାତ କଟା ମୃତଦେହ ଜବତ କରାଯାଇଛି। ଗୋଳାପୋଖରି ରେଲେଓ୍ଵ ଲାଇନ୍‌ ଠାରୁ ପ୍ରାୟ ୩୦ ମିଟର ଦୂରରେ ତାଙ୍କ ମୃତଦେହ ପଡ଼ିଛି। କେହି ମାଳତୀଙ୍କୁ ହତ୍ୟା କରି ସେଠାରେ ଫିଙ୍ଗିି ଦେଇଥିିବା ଚର୍ଚ୍ଚା ହେଉଛି। ଅପରପକ୍ଷେ ମାଳତୀ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ଘଟଣାସ୍ଥଳରେ ପହଞ୍ଚିିଥିବା ପୁଲିସ ସନ୍ଦେହ କରୁଛି।
ଆଜି ସକାଳୁ ଗୋଳାପୋଖରି ଗାଁର ମାଳତୀ ସାହୁଙ୍କ ଦୁଇ ହାତ କଟା ଯାଇଥିବା ମୃତଦେହ ବିଲରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ସଙ୍ଗେସଙ୍ଗେ ଏ ନେଇ ଗ୍ରାମବାସୀ ପୁଲିସକୁ ଖବର ଦେଇଥିଲେ। ତେବେ ଯେପରି ମାଳତୀଙ୍କୁ ଦୁଇ ହାତ କେବଳ କଟିଛି , ସେଥିରୁ ତାଙ୍କୁ ହତ୍ୟା କରାଯାଇଥିବା ଲୋକେ ସନ୍ଦେହ କରୁଛନ୍ତି। ମାଳତୀଙ୍କ ଦେହରେ କଳା ଲାଗି ଥିବାରୁ ହତ୍ୟା ପରେ ଏହାକୁ ଆତ୍ମହତ୍ୟା ର ରୂପ ଦେବା ପାଇଁ ଉଦ୍ୟମ କରାଯାଇଥିବା ଚର୍ଚ୍ଚା ହେଉଛି। ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଚଳାଇଛି।

ସମ୍ବନ୍ଧିତ ଖବର