ବୀଭତ୍ସ କାଣ୍ଡ: ଡେଲାଙ୍ଗରୁ କଟାମୁଣ୍ଡ , ପୁରୀ ଷ୍ଟେସନରେ ବଗିରୁ ମିଳିଲା କବନ୍ଧ, ଦୁୁଷ୍କର୍ମ ପରେ ହତ୍ୟା ସନ୍ଦେହ

ଡେଲାଙ୍ଗ/ପୁରୀ: ଆଜି ସକାଳେ ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ଅନ୍ତର୍ଗତ ଗାନ୍ଧିିଛକ ରେଳବାଇ ଫାଟକ ନିକଟରେ ଜଣେ ଯୁବତୀଙ୍କ କଟାମୁଣ୍ଡ ମିଳିଛି। କଟାମୁଣ୍ଡ ନିକଟରେ ଏକ କଳା ଜରି ଓ ଏକ ଲାଲ ବ୍ୟାଗ୍‌ ପଡ଼ିଛି। ତେଣୁ ଯୁବତୀଙ୍କୁ ଅନ୍ୟତ୍ର ହତ୍ୟା କରିବା ପରେ ମୁଣ୍ଡକୁ କାଟିି ଆଣି ଏଠାରେ ଫିଙ୍ଗି ଦିଆଯାଇଥିବା ଚର୍ଚ୍ଚା ହେଉଥିବା ବେଳେ ପୁରୀ ଷ୍ଟେସନରେ ଯୁବତୀଙ୍କ କବନ୍ଧ ଏକ ଟ୍ରେନ ବଗିର ପାଇଖାନାରୁ ମିଳିଛି। ପାରିପାର୍ଶ୍ୱିକ ଅବସ୍ଥିତିରୁ ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି ବୋଲି ଆଶଙ୍କା କରାଯାଇଛି। ପରେ ତାଙ୍କୁ କଟା ମୁଣ୍ଡକୁ କାଟି ଆଣି ଡେଲାଙ୍ଗ ଠାରେ ଫିଙ୍ଗି ଦିଆଯାଇଛି। ଏହି ଖବର ପ୍ରଚାରିତ ହେବା ପରେ ସମଗ୍ର ପୁରୀ ଓ ଡେଲାଙ୍ଗ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ପୁରୀ ରେଳବାଇ ପୁଲିସ ସାଇଣ୍ଟିଫିକ୍‌ ଟିମ୍‌ ସହିତ ଘଟଣାର ତଦନ୍ତ କରୁଛି।


ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ଡେଲାଙ୍ଗ ଷ୍ଟେସନ ଠାରୁ ଅଳ୍ପ ଦୂରରେ ବେରବୁଇ ଗାନ୍ଧିିଛକ ଫାଟକ ନିକଟରେ ରେଲେଓ୍ଵ ଟ୍ରାକରେ ଜଣେ ମହିଳାଙ୍କ କଟାମୁଣ୍ଡଟିଏ ଥୁଆ ହୋଇଥିବା ଆଜି ସକାଳେ କେତେକ ଲୋକ ଦେଖିଥିଲେ। ଏହି କଟାମୁଣ୍ଡର ମୁହଁରେ କଟା ଦାଗ ରହିଛି। କଟାମୁଣ୍ଡ ଠାରୁ ଅଳ୍ପ ଦୂରରେ ଏକ ବାଡ଼ି ପଡ଼ିଥିବାବେଳେ ଏକ କଳା ଜରି ଓ ଏକ ଲାଲ ରଙ୍ଗର ବ୍ୟାଗ୍‌ ପଡ଼ିଛି। ଉଭୟ କଳା ଜରି ଓ ଲାଲ ବ୍ୟାଗ୍‌ରେ ରକ୍ତ ଲାଗିଥିବାରୁ ଯୁବତୀଙ୍କୁ ହତ୍ୟା କରାଯିବା ପରେ ତାଙ୍କ କଟାମୁଣ୍ଡଟିକୁ ଏହି କଳା ଜରି ଓ ଲାଲ ବ୍ୟାଗରେ ଭର୍ତ୍ତି କରି ଆଣି ଡେଲାଙ୍ଗରେ ଫିଙ୍ଗା ଯାଇଥିବା ସନ୍ଦେହ କରାଯାଉଛି।


ତେବେ ଏହି କଟାମୁଣ୍ଡଟି କାହାର ସେ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଆଜି ସକାଳ ୬ଟା ବେଳେ ପୁରୀ ଷ୍ଟେସନରେ ଥିବା ଏକ ରେଳବାଇ ବଗିରୁ ଜଣେ ଯୁବତୀଙ୍କ ଅର୍ଦ୍ଧ ଉଲଗ୍ନ ରକ୍ତ ଜୁୁଡ଼ୁବୁଡ଼ୁ କବନ୍ଧ ଜବତ କରାଯାଇଛି। ଗତକାଲି ପୁରୀ- ଖୋର୍ଦ୍ଧା ପାସେଞ୍ଜର ଟ୍ରେନ୍‌ରେ ଲାଗିଥିବା ଏକ ବଗି ରାତି ୧୨ଟା ବେଳେ ଖୋଦ୍ଧା ଅଭିମୁଖେ ଯାଇଥିଳା। ଏହି ବଗିଟି ଆଜି ସକାଳ ୬ଟା ବେଳେ ପୁରୀ ଫେରି ଆସିବା ପରେ ଏହାର ସଫେଇ କାର୍ଯ୍ୟ ଆରମ୍ଭ ହୋଇଥିଲା। ସଫେଇ କର୍ମଚାରୀମେନେ ବଗିର ପାଇଖାନା ପାଖକୁ ଯିବାରୁ ସେଠାରେ ରକ୍ତ ଜୁଡ଼ୁବୁଡ଼ ଜଣେ ଯୁବତୀଙ୍କ ମୁଣ୍ଡବିହୀନ ମୃତଦେହ ଦେଖି ରେଳବାଇ କର୍ତ୍ତୃପକ୍ଷଙ୍କୁ ଜଣାଇଥିିଲେ। ମୃତ ଯୁବତୀଙ୍କ ବୟସ ୨୫/୩୦ ବର୍ଷ ଭିତରେ ହୋଇଥିିବା ବେଳେ ସେ ଯେଉଁ ଶାଢ଼ୀ ପିନ୍ଧିିଛନ୍ତି, ତାହା ମଧ୍ୟ ବେଶ୍‌ ଦାମୀ। ତେବେ ତାଙ୍କ ଅନ୍ତଃବସ୍ତ୍ରର ଅବସ୍ଥା ଓ ଅନ୍ୟାନ୍ୟ ପାରିପାର୍ଶ୍ୱିିର୍କ ଅବସ୍ଥାରୁ ଯୁବତୀଙ୍କୁ ଦୁଷ୍କର୍ମ କିମ୍ବା ଦୁଷ୍କର୍ମ ଉଦ୍ୟମ କରାଯାଇଛି। ସେହିପରି ଡେଲାଙ୍ଗଠାରେ ମିଳିଥିବା କଟାମୁଣ୍ଡି ଯୁବତୀଙ୍କ ବୟସ ୨୫ରୁ ୩୦ ବର୍ଷ ବୟସ ଭିତରେ ହେବ। ମୃତ ଯୁବତୀଙ୍କ ଦୁଇ କାନରେ ସୁନା କାନଫୁଲ ପିନ୍ଧିଛନ୍ତି। ତେଣୁ ଏହି କବନ୍ଧ ଓ କଟା ମୁଣ୍ଡ ଜଣେ ଯୁବତୀଙ୍କର ବୋଲି ଚର୍ଚ୍ଚା ହେଉଛି। ଘଟଣା ବେଶ୍‌ ରହସ୍ୟମୟ ହୋଇଥିବାରୁ ପୁରୀ ଓ ଡେଲାଙ୍ଗ ରଳବାଇ ପୁଲିସ ସାଇଣ୍ଟିଫିକ୍‌ ଟିମ୍‌ ସହିତ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

ସମ୍ବନ୍ଧିତ ଖବର